Breaking News

ଜାତୀୟ ସେବା ଶିବିରର ସଂଯୋଜକଙ୍କ ପରିଦର୍ଶନ


 
ଭଞ୍ଜନଗର---
ସାବିତ୍ରୀ ମହିଳା ମହାବିଦ୍ୟାଳୟର ସ୍ଵତନ୍ତ୍ର ଜାତୀୟ ସେବା ଶିବିର ପରିଦର୍ଶନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସଂଯୋଜକ ଡ଼. ଜୟନ୍ତ କୁମାର ପଣ୍ଡା ଆସି ସ୍ଵେଚ୍ଛାସେବୀନି ମାନଙ୍କୁ ସ୍ଵତନ୍ତ୍ର ସେବା ଶିବିରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ବିଷୟରେ ମତ ପ୍ରକାଶ କରିବା ସହ ଉତ୍ସାହିତ କରିଥିଲେ | ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରତାପ ସ୍ୱାଇଁ,ସଂଯୋଜକ ରାଜ୍ୟ ଆଦିବାସୀ ଉନ୍ନୟନ ସଂସ୍ଥା ଓ ରାଜ୍ୟ ସମ୍ଭାହକ ସତ୍ୟ ସାଇ ସେବା ସମିତି, ତାଙ୍କ ଅଭିଭାଷଣରେ ସ୍ଵେଚ୍ଛାସେବୀନି ମାନଙ୍କୁ ନୈତିକ ଶିକ୍ଷା ସହ ବିଭିନ୍ନ ଆଦର୍ଶ ଜୀବନ ଶୈଳୀ ବୁଝାଇଥିଲେ | ଜିଲ୍ଲା ସଂଯୋଜକ ଶ୍ରୀ ଗଣେଶ ସାହୁ ସ୍ଵେଚ୍ଛାସେବୀନି ମାନଙ୍କୁ ଜାତୀୟ ଯୋଜନାର ନୀତି ନିୟମ ଓ ପରିଚାଳନା ସମ୍ପର୍କରେ ବୁଝାଇଥିଲେ | ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସୌମ୍ୟରଂଜନ ଛାତ୍ରୀ ମାନଙ୍କୁ ସଫଳତା ପାଇଁ ଜାତୀୟ ଯୋଜନାର କାର୍ଯ୍ୟକ୍ରମ ଗୁଡିକର ଆବଶ୍ୟକତା ସମ୍ପର୍କରେ ମତ ପ୍ରକାଶ କରିଥିଲେ।  ଯୋଜନା ଅଧିକାରିଣୀ ଶ୍ରୀମତୀ ଜୟଲକ୍ଷ୍ମୀ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନ୍ୟତମ ଯୋଜନା ଅଧିକାରୀ ଶ୍ରୀ ପ୍ରେମଚାନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ | ଛାତ୍ରୀମାନେ ସ୍ୱତନ୍ତ୍ର ସେବା ଦିବସଗୁଡିକର ଅନୁଭୂତିକୁ ସଂଯୋଜକଙ୍କ ସହ ଆଲୋଚନା କରିଥିଲେ  | ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୪/୨୦୨୪---୮,୨୫ Sakhigopal News,3/4/2024

Blog Archive

Popular Posts