Breaking News

ଜଟଣୀରେ ଜାଗାମିଶନ ସାତଶପନ ସ୍ଥାୟୀ ଜମି ପଟ୍ଟା ଦାବି ନେଇ ଭୋଟବର୍ଜନ ନିଷ୍ପତି

 
ଜଟଣୀ -ଜଟଣୀ ପୌରପରିଷଦ ଅନ୍ତର୍ଗତ ୨୨ ନଂ ୱାର୍ଡରେ ଅବସ୍ଥିତ ବାପୁଜୀ କୁଷ୍ଠ କଲୋନୀରେ ବସବାସ କରୁଥିବା ୧୨୦ ପରିବାରର ଅବସ୍ଥା ଅତି ଦୟନୀୟ ଭାବେ ଗତିକରୁଛି l ଭିକ୍ଷା କରି ଦୁର୍ଦିନରେ ନିର୍ଯାତିତ ଜୀବନ ବିତାଉଛନ୍ତି l କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ସମାଜରୁ ବାଛନ୍ଦ ହୋଇ ଘରଦ୍ୱାର ଛାଡି ନିଜସ୍ୱ ଚେଷ୍ଟାରେ କୁଷ୍ଠ କଲୋନୀ କରି  ପରିବାର ସହିତ ଚାଳିଶି ବର୍ଷରୁ ଉର୍ଦ୍ଧ ବର୍ଷ ଧରି ରହି ଆସୁଛନ୍ତି l ସମାଜର ଅତ୍ୟନ୍ତ ଦୁର୍ବଳ ଶ୍ରେଣୀ କୁଷ୍ଠ ରୋଗୀ ଓ ତାର ପରିବାର । ଯାହାକି ମାନ୍ୟବର ସୁପ୍ରିମ କୋର୍ଟ ପଙ୍କଜ ସିହ୍ନା wpc no 767/2014 vs union and others ରେ ଲିପିବଦ୍ଧ କରାଯାଇଛି l ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ଚବିଶ ବର୍ଷ ପୂରଣ ହୋଇଥିଲେ ମଧ୍ୟ ଭୂମିହୀନ ମାନଙ୍କୁ ଘରବାରୀ ପଟ୍ଟା ଯୋଗାଇଦେଉଥିବା ବେଳେ କୁଷ୍ଠରୋଗୀ ପରିବାର ଅଗ୍ରାଧିକାର ଭିତ୍ତିରେ ଘରବାରୀ ସ୍ଥାୟୀ ଜମି ପଟ୍ଟା ମିଳିବା ସାତ ସପନ ହୋଇଛି l ଦୁଃଖ ଶୁଣିବାକୁ କେହି ନାହିଁ l ସ୍ଥାୟୀ ଘରବାରୀ ଜମି ପଟ୍ଟା ନଥିବାରୁ ସେମାନେ ଜାତିଗତ ପ୍ରମାଣ ପତ୍ର ପାଇପାରୁଛନ୍ତି ନା ପିଲାମନେ ଉଚ୍ଚ ଶିକ୍ଷା ପାଇବାରେ, ସ୍ଥାୟୀ ପ୍ରମାଣ ପତ୍ର ଏବଂ ଇନକମ ସାର୍ଟିଫିକେଟ ପାଇବାରେ ବଞ୍ଚିତ ହେଉଛନ୍ତି l ଏଥିପାଇଁ ଚାକିରୀ ଇତ୍ୟାଦି ଯୋଜନାରୁ ବଞ୍ଚିତ l ଚିକିତ୍ସା ସେବା ମଧ୍ୟ ସାତଶପନ l ଏହି ବାବଦରେ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା ପରିଷଦର ଓଡିଶା ଶାଖାର ଅଧକ୍ଷା ମହାଶୟା ଆରତୀ ମହଲ କୁହନ୍ତି ବର୍ତ୍ତମାନର ରାଜ୍ୟସରକାର ବିଭିନ୍ନ ଯୋଜନାକୁ ନେଇ ଡିଡିମ୍ବ ପିଟୁଥିବା ବେଳେ କୁଷ୍ଠ ରୋଗୀଙ୍କ ଅବସ୍ଥା ବୁଜୁଛି କିଏ ? । ନିର୍ବାଚନ ଆସିଲେ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଗରିବଙ୍କଠାରୁ ଭୋଟପାଇ ଆସନ ଗାଦିରେ ବସିଲେ ସବୁ ପ୍ରତିଶୃତି ଭୁଲିଯାନ୍ତି l ସ୍ଥାନୀୟ ପୌରାଧକ୍ଷ କୁହନ୍ତି ବାପୁଜୀ କୁଷ୍ଠ କଲୋନୀ ରେଳବାଇ ଅନ୍ତର୍ଗତ ହୋଇଥିବାରୁ ସରକାର ସ୍ଥାୟୀ ଜମିପଟା ଦେବାରୁ ବଞ୍ଚିତ l ପ୍ରଶ୍ନଉଠେ ରେଳବାଇ ଜାଗାରେ ପୌରପରିଷଦ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଯଥା କଲୋନୀ ଭିତରକୁ ରାସ୍ତା,ଶୌଚାଳୟ, କମ୍ୟୁନିଟି ଘର, ମନ୍ଦିର ଛାତ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରି କାର୍ଯ୍ୟ ସମ୍ପନ୍ନ ହେଉଛି କିପରି l କେଉଁ ନିୟମ ଆଧାରରେ ରେଳବାଇ ଜାଗାରେ ଏସବୁ ଉନ୍ନତିମୂଳକ କାର୍ଯ୍ୟ  ହୋଇପାରୁଛି l ସ୍ଥାୟୀ ପଟ୍ଟା ବଣ୍ଟନରେ ବାଧା ଉପୁଜୁଛି କିପରି l ବାପୁଜୀ କୁଷ୍ଠ କଲୋନୀର ୩୦୦ ଭୋଟର ସ୍ଥାୟୀ ଜମିପଟା, ଆଦର୍ଶ ବାସଗୃହ ଏବଂ ସତ୍ୟ ନିଷ୍ଠା ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇବା ସହ ୧୦ ଦଫା ଦାବି ନେଇ ନିଜ ଜିଦରେ ଅଟଳ l "ସ୍ଥାୟୀ ଜମିପଟା ନାହିଁ ତ ଭୋଟ ନାହିଁ ' l ଭୋଟ ବର୍ଜନ ଆମ ନିଷ୍ପତି l ଦେଖିବାର ଅଛି କେଉଁ ରାଜନୈତିକ ଦଳ କେତେ ପ୍ରତିଶୃତି ଦେଉଛନ୍ତି l ଏହି ଧାରଣାରେ ବାପୁଜୀ କୁଷ୍ଠକଲୋନୀର ସଭାପତି କୁନା ସ୍ୱାଇଁ, ସମ୍ପାଦକ ମଙ୍ଗୁଳି ଦାସ, ଧରାବତୀ କଲୋନୀର ସଭାପତି ରଫିତୁଲ୍ଲା ଖାନ, ଜୟକୃଷ୍ଣ ଦାସ, ଗାନ୍ଧୀ ଶାନ୍ତିନିବାସ, ଯାଆଁଳା, ଓଗାଳପଡ଼ା, ଶାନ୍ତି କଲୋନୀ, ଖୋର୍ଦ୍ଧା, ଭାଗବତୀ କଲୋନୀ ଖୋର୍ଦ୍ଧା, ଶ୍ରୀରାମ ନଗର ର ଶତାଧିକ ଅଧିବାସି ଯୋଗ ଦେଇ ଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୪/୨୦୨୪---୮,୪୫ Sakhigopal News,4/4/2024

Blog Archive

Popular Posts