Breaking News

ଶିଶୁ ଶିକ୍ଷା ସଦନ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ

 
ଜଟଣୀ : ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ମହତାବନଗର ଠାରେ ଅବସ୍ଥିତ ଶିଶୁ ଶିକ୍ଷା ସଦନ ବିଦ୍ୟାଳୟର ବାର୍ଷିକୋତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ବଳିଆରସିଂହ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଭୁବନେଶ୍ବର ବ୍ଲକ୍ ଅଧକ୍ଷ ତଥା ରାଜ୍ଯ ସ୍କାଉଟ୍ ଓ ଗାଇଡ୍ ର ଆସିଷ୍ଟାଣ୍ଟ କମିଶନର ଦୁଃଶାସନ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ସତ୍ୟ ନାରାୟଣ ପଟ୍ଟନାୟକ, ସମ୍ପାଦକ ଅନନ୍ତ ପ୍ରସାଦ ପାଟ୍ଟଶାଣୀ, ପ୍ରଶାସନିକ ଅଧିକାରୀ ହରିଶ୍ଚନ୍ଦ୍ର ମହାନ୍ତି,  ଆଇନଜୀବୀ ବିରେନ୍ଦ୍ର ପଟ୍ଟନାୟକ, ଅଧ୍ୟାପିକା ସୌଦାମିନୀ ମହାନ୍ତି, ଏବଂ କଣ୍ଠଶିଳ୍ପୀ ସୁଶ୍ରୀ ଅର୍ପିତା ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ l ଶିକ୍ଷୟିତ୍ରୀ ସଂଘମିତ୍ରା ପାଟ୍ଟଶାଣୀ ଓ ପ୍ରଭାତୀ ନାୟକ  ମାନପତ୍ର ପାଠ କରିଥିଲେ l ଶିକ୍ଷାନୁଷ୍ଠାନର ସମ୍ପାଦକ ଅନନ୍ତ ପ୍ରସାଦ ପାଟ୍ଟଶାଣୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ପିଲାମାନଙ୍କ ଶୁଭ ମନାସିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟାବଳୀ ସକାଶେ ୧୮୦ ଜଣ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ନାଟକ ପ୍ରଦର୍ଶନ କରାଯାଇଥିଲା l ଏହି  ଉତ୍ସବକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ l ସର୍ବଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୪/୨୦୨୪---୮,୨୫ Sakhigopal News,4/4/2024

Blog Archive

Popular Posts