ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଭଞ୍ଜନଗର ବ୍ଳକର ସଫଳତା
ଭଞ୍ଜନଗର---- ବ୍ରହ୍ମପୁର ସ୍ଥିତ ଭି.ଭି ଗିରି ସରକାରୀ ମହିଳା ମାଧ୍ୟମିକ ତାଲିମ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବ୍ଳକ୍ କୁ ଚାରିଗୋଟି ସଫଳତା ମିଳିଛି ା କନିଷ୍ଠ ବର୍ଗର କଣ୍ଠ ସଙ୍ଗୀତରେ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ବୈଷ୍ଣବୀ ପ୍ରଧାନ ପ୍ରଥମ ହୋଇ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନିମିତ୍ତ ଯୋଗ୍ୟ ବିବେଚିତ ହୋଇଛନ୍ତି । କନିଷ୍ଠ ବର୍ଗ ବତ୍କୃତାରେ ଜବାହର ଉଚ୍ଚ ବିଦ୍ୟାଳୟ ବଡକୋଦଣ୍ଡାର ଛାତ୍ର ରୁଦ୍ର ସ୍ବାଇଁ ପ୍ରଥମ ସ୍ଥାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ରୀ ଶତାବ୍ଦୀ ତ୍ରିପାଠୀ ବରିଷ୍ଠ ବର୍ଗର ବକ୍ତୃତାରେ ପ୍ରଥମ ଏବଂ ଓଡିଶା ମିଲେଟସ୍ ବକ୍ତୃତା ରେ ଦୀନବନ୍ଧୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ମୃତିରାଣୀ ସାହୁ ପ୍ରଥମ ସ୍ଥାନ ଅଧକାର କରି ରାଜ୍ୟ ସ୍ତରୀୟ ସୁରଭି ଓ ଓଡିଶା ମିଲେଟସ୍ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ା ସେହିପରି ଦଳଗତ ସାଂସ୍କୃତିକ ନୃତ୍ୟରେ ବ୍ଳକର ବିଞ୍ଜଗିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ଜିଲ୍ଲା ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରି ବ୍ଳକ ପାଇଁ ସୁନାମ ଆଣିଛନ୍ତି ା ଭଞ୍ଜନଗର ବ୍ଳକ୍ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ ସମସ୍ତ କୃତୀ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ,ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀ ତଥା ସି.ଆର୍.ସି.ସି ମାନଙ୍କୁ ଏହି ସଫଳତା ପାଇଁ ଶୁଭେଛା ଓ ସାଧୁବାଦ ଜଣାଇଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୧/୨୦୨୩---୭,୫୫ Sakhigopal News,4/11/2023