Breaking News

ଗୋଲାପଡା ପଞ୍ଚାୟତରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା



ଭଞ୍ଜନଗର- ଭଞ୍ଜନଗର ବ୍ଳକ୍ ର ଗୋଲାପଡା ପଞ୍ଚାୟତରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଦଳୀୟ କର୍ମୀ ଏବଂ  ସମର୍ଥକଙ୍କ ସହ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ପଞ୍ଚାୟତ ର ଗୋଲାପଡା , ଗୋପିନାଥପୁର , ଆଗୁଳପଡା , ଖପରା  ଏବଂ ନାରାୟଣ ପାଟଣା ଗାଁ ରେ ପଦଯାତ୍ରା ଆୟୋଜନ ହୋଇଥିଲା । ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି  । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସହ ଏହାର ସଫଳତା ଏବଂ ଆବଶ୍ୟକତାକୁ ନେଇ ଲୋକଙ୍କ ପାଖକୁ ଯିବାପାଇଁ ଏହି ପଦଯାତ୍ରାର ଲକ୍ଷ୍ୟ । ଏହି ପଦଯାତ୍ରା ଦ୍ବାରା ସାଧାରଣ ଲୋକଙ୍କ ସ୍ନେହ , ଶ୍ରଦ୍ଧା ଆହୁରି ବଢ଼ିଛି । ଆସନ୍ତା ଦିନରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କୁ ଗୋଲାପଡା ପଞ୍ଚାୟତରେ କାର୍ଯ୍ୟକାରୀ କରାଯିବ । ପଞ୍ଚାୟତ କୁ ଏକ ଉନ୍ନତ ପଞ୍ଚାୟତରେ ପରିଣତ କରାଯିବ ବୋଲିି ଆୟୋଜିତ  ପଥପ୍ରାନ୍ତ ସଭାରେ କହିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ଏହାସହ ବିଜୁସେତୁ ଯୋଜନା ଆନୁକୂଲ୍ୟରେ ଆଗୁଳପଡା ଗାଁ ନିକଟ କଦଳୀଆ ନାଳ ପାଇଁ ୪ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ସ୍ଥାୟୀ ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ଏହାଦ୍ବାରା ଭଂଜନଗର ଏବଂ ଜଗନ୍ନାଥପ୍ରସାଦ ବ୍ଳକ୍ କୁ ଯାତାୟତ ପାଇଁ ସହଜ ହୋଇ ପାରିବ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଥିଲେ । ଦିନ ତମାମ ଆୟୋଜିତ ଏହି ପଦଯାତ୍ରା କାର୍ଯ୍ୟକ୍ରମ ରେ  ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ , ରାଜେନ୍ଦ୍ର ପ୍ରଧାନ , କନ୍ଧମାଳ  ସାଂସଦଙ୍କ ବ୍ଳକ ପ୍ରତିନିଧି ଦିବାକର ନାୟକ , ନଗର ପ୍ରତିନିଧି ପଞ୍ଚାନନ ପାଳ , ବିରେନ୍ଦ୍ର କେଶରୀ ଆରୁଖ , ଜିଲ୍ଲା ପରିଷଦ ଜିତେନ୍ଦ୍ର କେଶରୀ ଆରୁଖ , ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର , ପୂର୍ବତନ ନଗରପାଳ ସୁଧିର ରଞ୍ଜନ ବେହେରା ,  ଜନପ୍ରତିନିଧି ଏବଂ ହଜାର ହଜାର ସଂଖ୍ୟକ ଦଳୀୟ ସମର୍ଥକ ଯୋଗ ଦେଇଥିଲେ  ।  ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାକୁ  ଶୂଳପାଣି ଶତପଥୀ ସଂଯୋଜନା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୧୧/୨୦୨୩----୭,୫୦ Sakhigopal News,4/11/2023

Blog Archive

Popular Posts