Breaking News

ଭାଉଜକୁ କୂଅକୁ ଠେଲି ହତ୍ୟା ଉଦ୍ୟମ : ଦିଅର ଗିରଫ


 
ଜଟଣୀ : 
ଜଟଣୀ ଥାନା କୁଦିଆରୀ ଗାଁରେ ଭାଉଜକୁ କୂଅକୁ ଠେଲି ହତ୍ୟା ଉଦ୍ୟମ କରିଛି ଦିଅର । କେଶ ନମ୍ବର ୩୮୦ /୨୩ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦିଅର କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଟଣୀ ପୋଲିସ । ସୂଚନା ମୁତାବକ  କୁଦିଆରୀ ବନ୍ଧଗାଡିଆ ସାହିର ଅଜୟ ମହାରଣା ଘରେ ଭାଇ ନଥିବା ବେଳେ ଭାଉଜକୁ କୂଅକୁ ଠେଲି ହତ୍ୟା ଉଦ୍ୟମ କରିଛନ୍ତି ବୋଲି ଥାନାରେ ବଡଭାଇ ବିଜୟ ମହାରଣା ଅଭିଯୋଗ କରିଛନ୍ତି ।ଅଭିଯୋଗ ଅନୁଯାୟୀ ଗତ ୦୧ ତାରିଖ ରାତିରେ ବଡଭାଇ ବିଜୟ ମହାରଣା ଯେ କି ଜଣେ ରେଲୱେ କର୍ମଚାରୀ ସେ ଘରେ ନଥିବା ବେଳେ ଅଭିଯୁକ୍ତ ଅଜୟ ନିଜ ଭାଉଜଙ୍କୁ ଭାଇର କ୍ରେଡିଟ କାର୍ଡ ମାଗିଥିଲେ । ଘରକୁ ଫେରିଲେ ଭାଇ ନିଜେ କ୍ରେଡିଟ କାର୍ଡ ଦେବେ ବୋଲି ଭାଉଜ କହିବାରୁ ଅଜୟ ରାଗିଯାଇ ଠେଲେ ପେଲା କରିଥିଲେ । ଭାଉଜ ଏହାର ବିରୋଧ କରିବାରୁ ଅଜୟ ଜୋର ଜବରଦସ୍ତ ଭିଡି ଭିଡି ନେଇ ଭାଉଜଙ୍କୁ ନିକଟରେ ଥିବା କୂଅକୁ ଠେଲିଦେଲେ ଏବଂ ହତ୍ୟା ଉଦ୍ଦେଶ୍ୟରେ କୂଅ ଭିତରକୁ ଘରର ଆସବାବପତ୍ର ଫୋପାଡିଲେ । ଚିତ୍କାର ଶୁଣି ପଡୋଶୀ ଲୋକମାନେ ଆସିବାରୁ ଅଭିଯୁକ୍ତ ସେଠାରୁ ପଳାଇଥିଲେ । ପଡୋଶୀ ମାନେ ଦମକଳ କର୍ମଚାରୀ ଏବଂ ସ୍ୱାମୀ ବିଜୟ ମହାରଣା ଙ୍କୁ ଖବର ଦେଇଥିଲେ । ଖବର ପାଇଁ ଦମକଳ କର୍ମଚାରୀ ପୀଡିତ ଭାଉଜଙ୍କୁ ଉଦ୍ଧାର କରି ରେଲୱେ ମେଡ଼ିକାଲରେ ଭର୍ତ୍ତି କରିଥିଲେ |ପୋଲିସରେ ଅଭିଯୋଗ ହେବା ମାତ୍ରେ ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିୟାରସିଂଙ୍କ ନେତୃତ୍ୱରେ ଏକ ଟିମ ଗତକାଲି ଅଭିଯୁକ୍ତକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୧୧/୨୦୨୩----୮,୧୫ Sakhigopal News,4/11/2023

Blog Archive

Popular Posts