କଣାସ ମଦ ବେପାରୀ କୁ ମାଡ଼ିବସିଲା ଜଟଣୀ ପୋଲିସ
ଜଟଣୀ ---
କଣାସ ମଦ ବେପାରୀକୁ ତିରିମଲ୍ଲ ଅଞ୍ଚଳରୁ ମାଡିବସିଲା ଜଟଣୀ ପୋଲିସ |ପୋଲିସ ସୂଚନା ମୁତାବକ ଗତକାଲି ଜଟଣୀ ଥାନା ଅଧୀନ ତିରିମଲ୍ଲ ନିଧି ଛକ ଠାରେ କଣାସ ଅଞ୍ଚଳର ଅଭ୍ୟାସଗତ ମଦବେପାରୀ ଭଗବାନ ରାଉତ ବେଆଇନ ମଦ ବିକ୍ରି କରୁଥିଲେ |ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା |ଚଢ଼ାଉ ବେଳେ ଅଭିଯୁକ୍ତ ମଦ ବେପାରୀ ଠାରୁ ୬.୪ ଲିଟର ଦେଶୀ ମଦ ଏବଂ ୧୧.୬୨୫ ଲିଟର ବିଦେଶୀ ମଦ ଜବତ କରିଥିଲେ |ତେବେ ଗିରଫ ଭଗବାନ ରାଉତର ଘର କଣାସ ଥାନା ଅଧୀନ ଅଁଳାଯୋଡ଼ି ହୋଇଥିବା ବେଳେ ସେ ଜଣେ ଅଭ୍ୟାସଗତ ମଦ ବେପାରୀ ବୋଲି ସୂଚନା ମିଳିଛି |ଜଟଣୀ ଥାନା କେଶ ନମ୍ବର ୩୮୨/୨୩ ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି |ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୧୧/୨୦୨୩----୮,୫୫ Sakhigopal News,4/11/2023