Breaking News

ନାବାଳକକୁ ବିଭତ୍ସ ହତ୍ୟାକାଣ୍ଡ ଘଟଣା ନାବାଳକକୁ ମାରିଛି ଅନ୍ୟ ଜଣେ ନାବାଳକ, ପୁଲିସ କଥାକୁ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ



ଜଟଣୀ---- ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମରେ ନାବାଳକ ଶୁଭମ ପାଲଟାସିଂ ହତ୍ୟାକାଣ୍ଡ ଘଟଣାକୁ ଆଜି ପୁଲିସ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି। ମୃତ ଶୁଭମକୁ ଅଭିଯୁକ୍ତ ଜଣେ ନାବାଳକ ହତ୍ୟା କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ପୂର୍ବରୁ ଶୁଭମଙ୍କ ବାପା ଶିକ୍ଷକ ମନୋଜଙ୍କ ପାଖରେ ଟିଉସନ୍ ହେଉଥିଲେ।  ପୁଲିସ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଛୁରୀ, କଲେଜ ବ୍ୟାଗ୍ ଓ ଚପଲ ଜବତ କରିଥିବା ବେଳେ ବ୍ୟାଗରୁ ଅଭିଯୁକ୍ତର ପୋଷାକ ଓ ନୋଟ୍ ବୁକ୍ ଜବତ କରିଛି। ଉକ୍ତ ପ୍ରମାଣ ଆଧାରରେ ପୁଲିସ ଅଭିଯୁକ୍ତ ନାବାଳକ ପାଖରେ ପହଞ୍ଚିଥିଲ। ଅଟକ ରଖି ପଚରାଉଚରା କରିବା ପରେ ହତ୍ୟାର ପୁରା ଘଟଣା ସାମ୍ନାକୁ ଆସିଥିବା ଡିସିପି ପ୍ରତୀକ ସିଂ ଆଜି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ନାବାଳକ ମନୋଜଙ୍କ ପାଖରେ ପୂର୍ବରୁ ପଢ଼ୁଥିବା ବେଳେ କିଛି ଟିଉସନ୍ ଫି ଦେଇନଥିଲେ। ପଢ଼ିବା ସମୟରେ ବାରମ୍ଵାର ଟଙ୍କା ମାଗିବାକୁ କେନ୍ଦ୍ର କରି ହତ୍ୟା କରାଯାଇ ଥିବା ଅଭିଯୁକ୍ତ ବୟାନ ଦେଇଥିବା ପୁଲିସ କହିଛି। ଅନ୍ୟପଟେ ପୁଲିସ ଓ ଅଭିଯୁକ୍ତର ବୟାନକୁ ପରିବାର ଓ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସିବିଆଇ ତଦନ୍ତ କରିବାକୁ ତାଙ୍କ ବାପା ଦାବି କରିଛନ୍ତି। 
ଅନ୍ୟପଟେ ପୁଲିସ ବୟାନକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମନୋଜ । ମନୋଜ କହିଛନ୍ତି ଯେ, ଅଭିଯୁକ୍ତ ଛାତ୍ର ମୋର ଦୂର ସମ୍ପର୍କୀୟ ଚିହ୍ନା ପରିଚିତ। ମୁଁ କେବେ ଟିଉସନ୍ ଫି ମାଗିନାହି। କିନ୍ତୁ ସୁପାରି ଦେଇ ପୁଅକୁ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟଣା ପଛରେ ଆହୁରି ଏକାଧିକ ସାମିଲ ଥିବା ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ମାନେ କହିଛନ୍ତି ଯେ ମନୋଜଙ୍କ ସହ ପୂର୍ବରୁ କାହା ସହ ଶତ୍ରୁତା ନଥିଲା। ଟିଉସନ୍ ଫି ପାଇଁ ଅଭିଯୁକ୍ତ ତାଙ୍କ ପୁଅକୁ ମାରିବା ଘଟଣା ଅବିଶ୍ୱାସନୀୟ। ଏହା ପଛରେ କିଛି ଗୋଟେ ଘଟଣା ରହିଛି। ଘଟଣାର ସିବିଆଇ ତଦନ୍ତ କରାଯାଉ ଦାବି କରିଛନ୍ତି। 

ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ଅଭିଯୁକ୍ତ  ୨୦୨୨ ମସିହାରେ ଶୁଭମର ବାପା ମନୋଜ ସାର୍ ଙ୍କ ପାଖରେ ଟିଉସନ୍ ହେଉଥିଲା। ଏହି ସମୟରେ ୩ରୁ ୫ ହଜାର ଟଙ୍କା ଟିଉସନ୍ ଫି ବାକି ରହିଯାଇଥିଲା। ଯାହାକୁ ନେଇ ସେ ବାରମ୍ଵାର ପଇସା ମାଗୁଥିଲେ। ଗତକାଲି ଘରେ ପସି ପୁଅକୁ ଆକ୍ରମଣ କରିଥିବା ସୀକ୍ୱାର କରିଛି ବୋଲି ଡିସିପି ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ଏକ କେସ ନଂ ୩୭୮/୨୩ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି ।
ଅନ୍ୟପଟେ ଅଭିଯୁକ୍ତର ମା କହିଛନ୍ତି ଯେ, ଶୁଭମକୁ ଯିଏ ହତ୍ୟା କରିଛି ସେ ମୋ ପୁଅକୁ ତାଙ୍କ ଘର ଦେଖାଇବାକୁ କହିଥିଲା। ମୋ ପୁଅ ଠାରୁ ବ୍ୟାଗ ଓ ଚପଲ ନେଇଥିଲା। ହତ୍ୟା କରିବା ପରେ ତାଙ୍କ ଘରେ ଫୋପାଡ଼ି ପଳାଇ ଥିଲା। ଯଦି ସେ ହତ୍ୟା କରିଥିବ ତାହେଲେ କାହା ଚାପରେ ହତ୍ୟା କରିଛି ବୋଲି କହିଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୧୧/୨୦୨୩----୯,୪୫ Sakhigopal News,4/11/2023

Blog Archive

Popular Posts