ରେଳ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି
ସାକ୍ଷୀଗୋପାଳ----- ବାଲେଶ୍ଵର ବାହାନଗା ଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତ ୩୦୦ ରୁ ଉର୍ଦ୍ଧ୍ବ ଅତ୍ୟନ୍ତ କଷ୍ଟ ଦାୟକ ଥିଲା। ସମଗ୍ର ଭାରତ ବର୍ଷ ଏହି ରେଳ ଦୁର୍ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଥିଲା। ଏହି ଦୁଃଖଦ ଘଟଣା ନେଇ ପୃଥିବୀର କୋଣ ଅନୁକୋଣରୁ ସମବେଦନାର ସୁଅ ଛୁଟି ଚାଲିଛି। ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି ଓ ଗୁରୁତର ଆହତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରି ସାକ୍ଷୀଗୋପିନାଥ ଙ୍କ ମନ୍ଦିର ସମ୍ମୁଖରେ ଦୀପଜାଳି ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସମାଜସେବୀ ସନ୍ତୋଷ କୁମାର ପଣ୍ଡାଙ୍କ ପୌରହିତ୍ୟରେ ସାମ୍ବାଦିକ ଭରତ ରାଉତ, ସମାଜସେବୀ ତ୍ରିନାଥ ବେହେରା,ବରିଷ୍ଠ ସ୍ତମ୍ଭକାର ଦେବତିକ୍ତ ମିଶ୍ର, କୃଷ୍ଣଚନ୍ଦ୍ର ସାହୁ, ରିତେଶ ରାଉତ ଙ୍କ ସମେତ ସ୍ଥାନୀୟ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ସାହାଯ୍ୟ କରୁଥିବା ସ୍ଥାନୀୟ ଜନସାଧାରଣ, ସୈନିକ, ଡାକ୍ତର,ସେବକ, ପ୍ରସାଶକ, ଏବଂ ପରିବାର ବର୍ଗ ସମସ୍ତଙ୍କୁ ଏପରି ଶୋକାକୁଳ ପରିସ୍ଥିତିରେ ଧୈର୍ଯ୍ୟ,ସାହାସ, ଶକ୍ତି ଦେବାକୁ ପ୍ରାର୍ଥନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୬/୨୦୨୩---୮,୪୫, Sakhigopal News,6/6/2023