Breaking News

ମୋ ଘର ଯୋଜନାକୁ ସଫଳ କରିବା ନିମନ୍ତେ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା ବୈଠକ



 
ବାଲିଗୁଡା -ଓଡ଼ିଶା ସରକାରଙ୍କ ତରଫରୁ  ଗ୍ରାମାଞ୍ଚଳରେ ଗୃହ ସହାୟତା ନିମନ୍ତେ " ମୋ ଘର "ଯୋଜନାର ସଫଳ ରୂପୟନ ପାଇଁ ବାଲିଗୁଡ଼ା ବ୍ଲକ ଠାରେ  ଏକ ସମ୍ମିଳନୀ ହୋଇଯାଇଛି I ବାଲିଗୁଡା ବିଡ଼ିଓ ଶଶାଙ୍କ ପାତ୍ର ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଓ ସଚେତନତା ବୈଠକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି I ବାଲିଗୁଡା ବ୍ଲକ CP  ନୀଳମାଧବ ପଣ୍ଡା, ACP ଶାନ୍ତୁନୁ କୁମାର ମହାପାତ୍ର, BPC ସୁନିତ ସିଂହ ଵିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ I ବାଲିଗୁଡା ବ୍ଲକ ର ପ୍ରତି ପଞ୍ଚଯାତ ରେ ଥିବା ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ର ର ପରିଚାଳନା କରୁଥିବା ସବୁ VLE ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ I ପ୍ରତି ଗ୍ରାମଞ୍ଚଳରେ ଯେପରି ଏହି ଯୋଜନା ଜନସାଧାରଣ ମାନଙ୍କ ପାଖରେ ପହଞ୍ଚିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ବାଲିଗୁଡା BDO । " ମୋ ଘର "ଯୋଜନା କୋଉ ବ୍ୟକ୍ତି ମାନେ ପାଇ ପାରିବେ ଏବଂ କୋଉ ବ୍ୟକ୍ତି ଏହି ଯୋଜନା ରୁ ବାଦ ପଡିବେ ତାହା ଉପରେ ଆଲୋଚନା କରିଥିଲେ I ବାଲିଗୁଡା ବ୍ଲକ ରେ ଯେପରି ଗରିବ ଓ ନିମ୍ମ ମଧ୍ୟବିତ ପରିବାର ଏହି ଯୋଜନା ଅଧିକ ରୁ ଅଧିକ ଆବେଦନ କରି ଯୋଜନା ର ଲାଭ ନେଇପାରିବେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ I କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୬/୬/୨୦୨୩---୮,୪୫ Sakhigopal News,6/6/2023

Popular Posts