ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ଜଟଣୀ----ଜଟଣୀ ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଘ ଓ ଜଟଣୀ ପ୍ରେସକ୍ଲବ ପକ୍ଷରୁ ବାଲେଶ୍ୱର ବାହନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପୋଷ୍ଟ ଅଫିସ ଛକ ବ୍ୟବସାୟୀ ସଂଘ ସଭାପତି ହେମନ୍ତ କୁମାର ସୁନ୍ଦରାୟ ଓ ଜଟଣୀ ପ୍ରେସକ୍ଲବର ସମ୍ପାଦକ ହୃଦାନନ୍ଦ କୋଦମାନସିଂହଙ୍କ ପୌରାହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସମସ୍ତ ମୃତକ ମାନଙ୍କ ଉଦ୍ଧେଶ୍ୟରେ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଟ୍ରେନର ପ୍ୟାଣ୍ଟ୍ରିକାର ମ୍ୟାନେଜର ତ୍ରିନାଥ ସାହୁ ଆହତ ହୋଇଥିଲେ ବେଳେ ସେ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ। ତ୍ରିନାଥଙ୍କ ଆଖି ସମ୍ମୁଖରେ ଘଟିଥିବା ସମସ୍ତ ଘଟଣା ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରେସକ୍ଲବର ସଭାପତି ମହମ୍ମଦ ଇସମାଇଲ ଅଲ୍ଲୀ, ରଙ୍ଗନାଥ ବେହେରା,ସଂଜୀବ କୁମାର, ଶୁଭେନ୍ଦ୍ର ଶତପଥୀ, ଧୀରେନ ପ୍ରତିହାରୀ, ରବୀନ୍ଦ୍ର କୁମାର ମହାକୁଡ଼, ଅମରେଶ ରାଉତରାୟ ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ରହିଥିବା ବେଳେ ପୋଷ୍ଟ ଅଫିସ ଛକ ବ୍ୟବସାୟ ସଂଘର ସମ୍ପାଦକ ମାନସ ମିଶ୍ର, ସୁଜିତ କୁମାର ସାହୁ, ବିନୟ କୁମାର ସାହୁ, ନିମାଇଁ ଚରଣ ଦାସ, କୈଳାଶ ଚନ୍ଦ୍ର ସାହୁ, ରବୀନ୍ଦ୍ର ନାୟକ, ପୂର୍ବତନ କାଉନସିଲର ଲକ୍ଷ୍ମୀଧର ସ୍ୱାଇଁ, ବରିଷ୍ଠ ନାଗରିକ ରବୀନ୍ଦ୍ର ନାଥ ମିଶ୍ର ପ୍ରମୁଖଙ୍କ ସମେତ ଏକାଧିକ ବ୍ୟବସାୟୀ ଉପସ୍ଥିତ ଥିଲେ ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୬/୨୦୨୩----୮,୨୫ Sakhigopal News,6/6/2023