Breaking News

ୟୁ ବି ହାଇସ୍କୁଲ ରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମ



ଭଞ୍ଜନଗର ---- ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମ ଆୟୋଜନ  କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ  ବିଦ୍ୟାଳୟର ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଆର୍ମୀ ଅଫିସର ତଥା ଇକୋକ୍ଲବର ଆବାହକ ଶିକ୍ଷକ  ଶ୍ୟାମା ପ୍ରସାଦ ମିଶ୍ର  ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ଓ ଏନ୍ ସି ସି ଆର୍ମୀ କ୍ୟାଡେଟ ମାନେ ଇକୋକ୍ଲବର ଅଗ୍ରଗାମୀ ବାର୍ତ୍ତାବହ ଭାବେ କାର୍ଯ୍ୟକ୍ରମର ପ୍ରଥମଭାଗରେ " ପ୍ଲାଷ୍ଟିକ କୁ ନା " ଓ " ପରିବେଶ ଅନୁକୂଳ ଜୀବନ ଶୈଳୀ " ସମ୍ପର୍କିତ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି ‌। ଦ୍ଵିତୀୟ ଚରଣରେ ସ୍ୱଚ୍ଛ ଭାରତ କାର୍ଯ୍ୟ କ୍ରମ ଅନ୍ତର୍ଗତ ବିଦ୍ୟାଳୟ ହତା ସଫେଇ  ଏବଂ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା I ଆଲୋଚନା ଚକ୍ରରେ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ " ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଓ ପ୍ଲାଷ୍ଟିକ ଡ୍ରଷ୍ଟିକ (ବିପଦପୂର୍ଣ୍ଣ )ଅଟେ " ବୋଲି ମତ ଦେଇଥିଲେ ।  ଆଗାମୀ ଦିନ ରେ ଏହି ବିଦ୍ୟାଳୟ କୁ ଏକ ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟରେ ପରିଣତ କରାଯିବl ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା ।  ଇକୋକ୍ଲବ ମେମ୍ବର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , ଇକୋକ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟନାୟକ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ  ପ୍ରମୁଖ ଏହି କାର୍ଯ୍ୟକ୍ରମରେ  ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।  ଇକୋକ୍ଲବ ମେମ୍ବର ମାନଙ୍କୁ ଶ୍ରୀ ମିଶ୍ର ସାଧୁବାଦ ଜ୍ଞାପନ କରିଥିଲେ ଏବଂ ଆଗାମୀ ଦିନ ରେ ଏହି ବିଦ୍ୟାଳୟ କୁ ଏକ ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ ରେ ପରିଣତ କରାଯିବା ନିମନ୍ତେ ଉଦ୍ୟମ କରାଯିବ ବୋଲି ମତ ଦେଇଥିଲେ । ପ୍ରାୟ ୫ କି.ଗ୍ରା. ପ୍ଲାଷ୍ଟିକ ପଲିଥିନ ଆବର୍ଜନା ସଂଗୃହୀତ ହୋଇ ଥିଲା। ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଆର୍ମୀ ଅଫିସର ତଥା ଇକୋକ୍ଲବର ଆବାହକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ। ୫/୬/୨୦୨୩----୮,୪୫ Sakhigopal News,5/6/2023

Blog Archive

Popular Posts