ବିଶ୍ୱପରିବେଶ ଦିବସରେ ତହସିଲ କାର୍ଯ୍ୟାଳୟରେ ବୃକ୍ଷ ରୋପଣ
ସାକ୍ଷୀଗୋପାଳ ---- ଆଜି ବିଶ୍ୱପରିବେଶ ଦିବସ ଅବସରେ ସତ୍ୟବାଦୀ ତହସିଲ୍ କାର୍ଯ୍ୟାଳୟ ପରିସରରେ ଆମ୍ବ, ପଣସ, ପିଜୁଳି, ସପେଟା,ବଉଳ , ମେଘୂଆ ଆଦି ଫଳ ଗଛ ରୋପଣ କରାଯାଇଛି । ତହସିଲଦାର ଜୟନ୍ତ କୁମର ଜୟସିଂହ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଦାର ପ୍ରିୟଦର୍ଶୀ ରାଜେଶ ସମସ୍ତ ଆର ଆଇ ଶ୍ୟାମ ସୁନ୍ଦର ପୂର୍ତ୍ତି,ରଜତ କୁମାର ନାୟକ,ପ୍ରସାନ୍ତ ମାଝୀ,ସୁଜାତା ବେହେରା,ଅମିନ ପ୍ରଶାନ୍ତ ପାଇକରାୟ,ସୁନୀତା ପ୍ରଧାନ, ଡ଼୍ରାଇଭର ଦିଲୀପ କୁମାର ମିଶ୍ର ଙ୍କ ସହ ଆଇନଜିବୀ ସୁଶାନ୍ତ କୁମର ରଥ,ଚିନ୍ମୟ ନାୟକ ଉପସ୍ଥିତ ରହି ଗଛ ସବୁ ରୋପଣ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୬/୨୦୨୩----୮,୨୫ Sakhigopal News,5/6/2023