Breaking News

ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ



ଭଞ୍ଜନଗର----  ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ଥିବା ଗେରେଡା ସେକସନର ସମ୍ବରବନ୍ଧ ସ୍ଥାୟୀ ନର୍ସରୀ ଠାରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବତ୍ତନ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସଙ୍କ ପୈ।ରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା  ।ଏହି କାର୍ଯ୍ୟକ୍ରମରେ  ସମାଜସେବୀ ଶୂଳପାଣି ଶତପଥୀ, ଲକ୍ଷ୍ମୀ କାନ୍ତ ରାଉତରାୟ,ଲୋକନାଥ ଆଚାର୍ଯ୍ୟ , ପ୍ରଫୁଲ୍ଲ ନାୟକ ଓ ନିରଞ୍ଜନ ନାଇକ ମଞ୍ଚାସୀନ ଥିଲେ ।  ଏହି କାର୍ଯ୍ୟକ୍ରମରେ  " ପ୍ଲାଷ୍ଟିକ କୁ ନା " ଓ " ପରିବେଶ ଅନୁକୂଳ ଜୀବନ ଶୈଳୀ " ସମ୍ପର୍କିତ ରେ  ଆଲୋଚନା ଚକ୍ର  ଏବଂ  ସ୍ୱଚ୍ଛ ଭାରତ କାର୍ଯ୍ୟ କ୍ରମ ରେ ଉପସ୍ଥ୍ବିତ ଥିବା ବନ ସୁରକ୍ଷା ସମିତିର ସଭ୍ୟସଭ୍ୟାମାନଙ୍କୁ ବୁଝାଇଥିଲେ । ପରିବେଶ ବଞ୍ଚିଲେ ଆମେ ବଂଚିବା ଓ ପ୍ଲାଷ୍ଟିକ ଡ୍ରଷ୍ଟିକ  ଆଗାମୀ ଦିନ ରେ  ଏକ ପ୍ଲାଷ୍ଟିକ ମୁକ୍ତ  ରେ ପରିଣତ କରାଯିବl ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ  ଗେରେଡା ସେକସନର ବନପାଳ ଦିଲ୍ଲୀପ କୁମାର ଦାଶଙ୍କ ସହଯୋଗ ସମସ୍ତ ବନକର୍ମଚାରୀ ,ବନାୟନ ସଂଯୋଜିକା ସୁପ୍ରଭା ପଣ୍ଡିତ ଓ ସ୍ମାତୀ  କର୍ମଚାରୀମାନେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୬/୨୦୨୩---୮,୪୫  Sakhigopal News,5/6/2023

Blog Archive

Popular Posts