Breaking News

ପ୍ରତିଶୃତି ପାଳନ କଲେ ବାଲିଗୁଡା ବିଧାୟକ ଓ ସାଂସଦଙ୍କ ପ୍ରତିନିଧି



 
କନ୍ଧମାଳ ---- କଥା ଦେଇ କଥା ରଖିଲେ ବାଲିଗୁଡା ବିଧାୟକ ଓ ସାଂସଦ ପ୍ରତିନିଧି l ରାବତବାଡି ୱାର୍ଡବାସୀ ଙ୍କୁ ଦେଇଥିବା ପ୍ରତିଶୃତି ମାତ୍ର ତିନି ଦିନ ମଧ୍ୟରେ କାର୍ଯ୍ୟକାରୀ କରିଛନ୍ତି ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଓ କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ସାଂସଦ ପ୍ରତିନିଧି ଟୁନା ଦାସ l ନିଜ ପ୍ରତିଶୃତି ଅନୁଯାୟୀ ରାବତବାଡି ୱାର୍ଡ ର 80 ପରିବାର ଙ୍କ ପାଇଁ 5 ଟି ନଳକୂପ ଖନନ କାର୍ଯ୍ୟ କୁ ତ୍ୱରାନ୍ୱିତ କରିଛନ୍ତି l ଏଥି ସହ କାର୍ଯ୍ୟକାରୀ ହେଉନଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ କାର୍ଯ୍ୟକାରୀ କରିଛନ୍ତି l କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ବାଲିଗାଡା ପଞ୍ଚାୟତର  ରାବତବାଡି ଗାଁ ର 80 ରୁ ଉର୍ଦ୍ଧ ପରିବାର ଗତ ମେ ମାସ 30 ତାରିଖ ରେ ବିଜେଡି ରେ ସାମିଲ ହୋଇଥିଲେ l ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଓ କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ ଙ୍କ ନେତୃତ୍ୱ ରେ କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡି ରେ ଯୋଗ ଦେଇଥିଲେ l ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଓ ନିର୍ମଳ ଭାବମୂର୍ତ୍ତି ରେ ଅନୁପ୍ରାଣିତ ହୋଇ ନିଜ ରାବତବାଡ଼ି ଗ୍ରାମ ର ବିକାଶ ଧାରା କୁ ଆଗେଇ ନେବାକୁ ଏକତ୍ରିତ ହୋଇ ସେହି ୱାର୍ଡ ର 80 ପରିବାର ବିଜେଡି ରେ ସାମିଲ ହୋଇଥିଲେ l ଦୀର୍ଘ ବର୍ଷ ଧରି ରାବତବାଡ଼ି ୱାର୍ଡ ରେ ପାନୀୟ ଜଳ ସମସ୍ୟା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକାରୀ ହେଉନଥିବା ସହ ନେଟୱର୍କ ଜନିତ ସମସ୍ୟା ଲାଗିରହିଥିବା ବେଳେ ସମସ୍ୟା ର ସମାଧାନ ହୋଇ ପାରୁନଥିଲା l ଯାହାକୁ ନେଇ ରାଜ୍ୟ ସରକାର ଙ୍କ ବିକାଶଧାରା ଓ ଉନ୍ନୟନମୂଳକ କାର୍ଯ୍ୟ କୁ ପାଥେୟ କରି ରାବତବାଡି ୱାର୍ଡ ର 80 ପରିବାର ବିଜେଡି ରେ ସାମିଲ ହୋଇଥିଲେ l ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଓ ବାଲିଗୁଡା ସାଂସଦ ପ୍ରତିନିଧି ଟୁନା ଦାସ ବିଜେଡି ର ଏହି ମିଶ୍ରଣ ପର୍ବ ଅବସରରେ ରାବତବାଡ଼ି ଗାଁ ର ବିକାଶ ପାଇଁ ଆମେ ପ୍ରତିଶୃତିବଦ୍ଧ ବୋଲି ନିଜ ଉଦବୋଧନ ରେ କହିଥିଲେ l ଏଥିସହ ପାନୀୟ ଜଳ ସମସ୍ୟା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ନେଟୱର୍କ, ରାବତବାଡି ଗ୍ରାମ ରୁ ସିମନବାଡ଼ି ଗ୍ରାମ କୁ ରାସ୍ତା ଭଳି ବିଭିନ୍ନ ସମସ୍ୟା କୁ ଖୁବଶୀଘ୍ର ସମାଧାନ ସହ କାର୍ଯ୍ୟକାରୀ କରାଯିବ ବୋଲି ଗ୍ରାମବାସୀ ଙ୍କୁ ପ୍ରତିଶୃତି ଦେଇଥିଲେ l ତେବେ ନିଜ ପ୍ରତିଶୃତି ମୁତାବକ ବାଲିଗୁଡା ବିଧାୟକ ଚକ୍ରମଣୀ କଂହର ଓ ବାଲିଗୁଡା ସାଂସଦ ପ୍ରତିନିଧି ଟୁନା ଦାସ ପ୍ରତିଶୃତି ରଖିଥିବା ରୁ ରାବତବାଡ଼ି ଗ୍ରାମବାସୀ କୃତଜ୍ଞତା ଜଣେଇଛନ୍ତି l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ ,୫/୬/୨୦୨୩----୮,୫୫ Sakhigopal News,5/6/2023

Blog Archive

Popular Posts