Breaking News

ଅଭିନବ ଉପାୟରେ ବିଶ୍ବ ପରିବେଶ ଦିବସ ପାଳନ କଲେ ନିବେଦିତା

 
 କଟକ --- ପଣ୍ଡିତ ଗୋବିନ୍ଦ ରଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ  ଶିକ୍ଷୟିତ୍ରୀ ନିବେଦିତା ପାଇକରାୟ ଅଭିନବ ଉପାୟରେ ପାଳନ କରଛନ୍ତି ବିଶ୍ବ ପରିବେଶ ଦିବସ । ଅଦରକାରୀ ଭାବେ ନଷ୍ଟ ହେଉଥିବା ମଞ୍ଜିକୁ ସଂଗ୍ରହ କରି , ତାକୁ ସୁଖାଇ ସାଇତି ରଖିଥିବା ମଞ୍ଜିକୁ ବୃକ୍ଷ ଶୂନ୍ୟ ରାସ୍ତାର ଦୁଇ ପାର୍ଶ୍ଵରେ ବୁଣିଛନ୍ତି । ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ଆଠଗଡ ଗୋପବନ୍ଧୁ ବିଜ୍ଞାନ କଲେଜରେ ନିଜର ସ୍ନାତକ ପରୀକ୍ଷା ଦେଇ ଫେରୁଥିବା ସମୟରେ  ଆଗରୁ ସଂଗ୍ରହ କରି ସୁରକ୍ଷିତ ଭାବେ ରଖିଥିବା ମଞ୍ଜିକୁ ଆଠଗଡ ଓ ଜାତମୁଣ୍ଡିଆ ମୁଖ୍ୟ ରାସ୍ତାର ଖୋଲା ସ୍ଥାନ ମାନଙ୍କରେ ବୁଣିଛନ୍ତି । ପାଞ୍ଚ କିଲୋ କଇଁଆ ମଞ୍ଜି ,ଦୁଇ କିଲୋ ବଉଳ କୋଳି ମଞ୍ଜି , ସାତ କିଲୋ ବରକୋଳି ମଞ୍ଜି  ଆଜି ସେ ବୁଣିଛନ୍ତି । ମଣିଷ ,, ପଶୁମାନଙ୍କ ଖାଦ୍ୟ ଅଭାବ ଦୂର କରିବା ସହ ,ବାଟୋଇଙ୍କୁ ସୁଶୀଳ ଛାଇ ପ୍ରଦାନ , ରାସ୍ତାର ଦୁଇ ପାର୍ଶ୍ଵର ମୃତ୍ତିକା କ୍ଷୟ ନିରୋଧ ସହ ପରିବେଶକୁ ସୁସ୍ଥ ରଖିବା  ଇତ୍ୟାଦି ଲକ୍ଷ୍ୟ ବୋଲି ଶ୍ରୀମତୀ ପାଇକରାୟ ପ୍ରକାଶ କରିଛନ୍ତି । ଏହି ପରିବେଶ ସୃଷ୍ଟି ପାଇଁ ପ୍ରତ୍ୟେକ ମଣିଷ ଅଦରକାରୀ ଭାବେ ନଷ୍ଟ କରୁଥିବା ବିଭିନ୍ନ ପ୍ରକାର ମଞ୍ଜିକୁ ସଂଗ୍ରହ କରି,ତାକୁ ଖରାରେ ଶୁଖାଇରଖି ବର୍ଷାରିତୁ ପୂର୍ବରୁ ବିଭିନ୍ନ ଖୋଲା ସ୍ଥାନ, ପଡିଆ, ରାସ୍ତା ଘାଟରେ ବୁଣିବା ପାଇଁ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି । ଏଥିପାଇଁ କୌଣସି ସମୟ ନଷ୍ଟ କରିବା ଦରକାର ନାହିଁ । କାରଣ ଆମେମାନେ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ଯରେ ବାହାରକୁ ଯିବା ବାଟରେ ଯିବା ସମୟରେ ଏହି କାର୍ଯ୍ୟ କରିପାରିବା । ତାହେଲେ ଆମେ ସୁସ୍ଥ, ସୁନ୍ଦର, ସୁରକ୍ଷିତ ପରିବେଶଟିଏ ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ସୃଷ୍ଟି କରିପାରିବାର ସଚେତନ କରାଇପାରିବା । ଶ୍ରୀମତୀ ପାଇକରାୟଙ୍କର ଏତାଦୃଶ୍ଯ କାର୍ଯ୍ୟକୁ ପଥଚାରୀମାନେ , ସ୍ଥାନୀୟ ବାସିନ୍ଦା , ପରିବେଶବିତ ଓ ବୁଦ୍ଧିଜୀବୀ ମାନେ  ଖୁବ ପ୍ରଶଂସାକରିଛନ୍ତି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ୬/୬/୨୦୨୩----୮,୧୫ Sakhigopal News,6/6/2023

Blog Archive

Popular Posts