ପ୍ରକୃତିବନ୍ଧୁ ପୁରଷ୍କାରରେ ସମ୍ମଦ୍ଧିତହେଲେ ସତ୍ୟବାଦୀର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ
ସାକ୍ଷୀଗୋପାଳ----- ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଳକ ରାଇବେରୁହାଁ ୱାଇଲଡ ଲାଇଫ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ସହିତ ପୁରୀ ଡିଏଫଓ ରାମସ୍ୱାମି ପି ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ବ୍ଳକ ଅଧ୍ୟକ୍ଷା ଆରତୀ ନାୟକ ଓ ପୁରୀ ଜିଲ୍ଲାର ଏକନଂ ଜିଲ୍ଲା ପରିଷଦ ଜୋନର ସଭ୍ୟା ସରସ୍ୱତୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ବର୍ତ୍ତମାନ ସମୟ ଆସିଛି ଗଛ ଲଗାଇବା ସହ ଗଛ ଗୁଡିକ କିପରି ବଡ ହେବ ସେଥିପ୍ରତି ଯନ୍ତ୍ରବାନ ହେବା ବଡ କଥା ହୋଇପଡିଛି । ଏହି ଅବସରରେ ପୁରୀ ଜିଲ୍ଲାର ସାତଜଣ ବ୍ୟକ୍ତି ବିଶେଷଙ୍କୁ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ପୁରଷ୍କାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ସତ୍ୟବାଦୀ ବ୍ଳକର ପରହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଗୋବିନ୍ଦଚନ୍ଦ୍ର ପ୍ରଧାନ ମାନପତ୍ର ସହ ଦଶ ହଜାର ଟଙ୍କା ସହିତ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମଦ୍ଧିତ ହୋଇଛନ୍ତି । ଏହି ଖବର ଜଣାପଡିବା ପରେ ପରହାଟ ଗ୍ରାମାବସୀ ଓ ସତ୍ୟବାଦୀର ଶିକ୍ଷକ ସଂଘ ପକ୍ଷରୁ ଖୁସିରଲହରୀ ଖେଲିଯାଇଛି । ଏ ସମ୍ପର୍କରେ ଶିକ୍ଷକ ଶ୍ରୀ ପ୍ରଧାନ କହିଛନ୍ତି ଆମ ବିଦ୍ୟାଳୟରେ ଖାଲିଯାଗା ପଡିଥିଲା ବିଭିନ୍ନ ସ୍ଥାନରୁ ଗଛ ସଂଗ୍ରହ କରି ମୋର ସାଥୀ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ଏପରିକି ବିଦ୍ୟାଳୟର ପୁରାତନ ଛାତ୍ର ଓ ଗ୍ରାମାବସୀ ମାନଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ଏକ ଜଙ୍ଗଲସୃଷ୍ଟି କରାଯାଇ ପାରିଛି । ଯେଉଁ ସମ୍ମାନରେ ମୁଁ ସମ୍ମାନୀତ ହେଲି ତାହା କେବଳ ବିଦ୍ୟାଳୟ ପାଇଁ ହୋଇ ପାରିଛି ବୋଲି ସେ କହନ୍ତି । । କାର୍ଯ୍ୟକ୍ରମକୁ ପୁରୀ ଡିଏଫଓ ରାମସ୍ୱାମି ପି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୬/୨୦୨୩---୭,୧୦ Sakhigopal News, 5/6/2023