Breaking News

ମିଶନ 2024 ସାଧାରଣ ନିର୍ବାଚନ ପାଇଁ ବିଜେଡି ର ସାଂଘଠନିକ ବୈଠକ




କନ୍ଧମାଳ---  ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ମହାସିଙ୍ଗ ଠାରେ ବିଜେଡି ର ସାଙ୍ଘଠନିକ ବୈଠକ ଅନୁଷ୍ଠିତ ହୋଇଛି l ବାଲିଗୁଡା ବିଜେଡି ବ୍ଲକ ସଭାପତି ତଥା କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକ ରେ ବିଜେଡି ର ସଂ।ଘଠନିକ ସ୍ଥିତି ନେଇ ଏହି ବୈଠକ ରେ ସମୀକ୍ଷା କରାଯାଇଥିଲା l ଏହି ସମୀକ୍ଷା ବୈଠକ ରେ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକ, ବାଲିଗୁଡା ବିଧାୟକ ଚକ୍ରମଣୀ କଂହର, ତୁମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ ସାହୁ,କ. ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ସହଦେଵ ପାତ୍ର,ବାଲିଗୁଡା ଏନ. ଏ. ସୀ ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଙ୍କ ସମେତ ବିଜେଡି ବ୍ଲକ ସଭାପତି, ବ୍ଲକ ଅଧ୍ୟକ୍ଷା ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସଭାପତି, ସରପଞ୍ଚ, ସମିତି ସଭ୍ୟ ଓ ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ l ବିଜେଡି ର ଏହି ସାଂଘଠନିକ ବୈଠକ ରେ ତୃଣ ମୂଳ ସ୍ତରରୁ କିପରି ବିଜେଡି ର ସଂଘଠନ ସ୍ଥିତି ମଜବୁତ ହେବ ସେ ନେଇ ଆଲୋଚନା କରାଯାଇଥିଲା l  ମୁଖ୍ୟମନ୍ତ୍ରୀ ଙ୍କ ବିକାଶଧାରା ରେ ସାମିଲ ହୋଇ ଜନସାଧାରଣ ଙ୍କ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ସହ ଲୋକଙ୍କ ନିକଟତର ହୋଇ କାର୍ଯ୍ୟ କଲେ ସଂଘଠନ ସ୍ଥିତି ବଜାୟ ରହିବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷ୍ୟକ ବିଜୟ ନାୟକ,ବିଧାୟକ ଚକ୍ରମଣୀ କଂହର ଓ ସାଂସଦ ପ୍ରତିନିଧି ଟୁନା ଦାସ ଉପସ୍ଥିତ ଜନ ପ୍ରତିନିଧି ଙ୍କ ନିକଟରେ ନିଜର ବକ୍ତବ୍ୟ ରଖିଥିଲେ l ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ 2022 ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନ ରେ ବିଜେଡି ର କ୍ଲିନ ସ୍ୱିପ ପରି ଆଗାମୀ ନିର୍ବାଚନ ରେ ଦଳ ଉତ୍ତମ ପ୍ରଦର୍ଶନ କରିବ ବୋଲି ବିଜେଡି ନେତୃମଣ୍ଡଳୀ ଦୃଢ଼ତି ପ୍ରକାଶ କରିଛନ୍ତି l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୬/୬/୨୦୨୩----୮,୪୫ Sakhigopal News,6/6/2023

Blog Archive

Popular Posts