ସତ୍ୟବାଦୀ ପୋଲିସ ଏକ ଡକାୟତ ଗ୍ୟାଙ୍ଗର ଚାରିଜଣ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ; ଡକାୟତି ଗ୍ୟାଙ୍ଗର ଲିଡର ଫେରାର
ସାକ୍ଷୀଗୋପାଳ---- ସତ୍ୟବାଦୀ ପୋଲିସକୁ ମିଳିଛି ଏକ ବଡ ଧରଣର ସଫଳତା । ବଡ ଧରଣର ଅଘଟଣ ଘଟିବା ଅଗାରୁ ସତ୍ୟବାଦୀ ପୋଲିସ ଏକ ଡକାୟତ ଗ୍ୟାଙ୍ଗର ଚାରିଜଣ ଯୁବକଙ୍କୁ କାବୁ କରି ନେଇଛି । ମାତ୍ର ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡି ବା ଗ୍ୟାଙ୍ଗର ଲିଡର ଖସି ପଳାଇବାରେ ସଫଳତା ହୋଇଛି । ପୋଲିସ ଠାରୁ ସୁଚନା ମିଳିଛି ଯେ ବକୁଳବନ ନିକଟରେ ଏକ ଡକାୟତ ଗ୍ୟାଙ୍ଗର ୫ଜଣ ଯୁବକ ମିଳିତ ହୋଇ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । କୌଣସି ସୁତ୍ରରୁ ଖବର ପାଇ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଥାନାର ସେକେଣ୍ଡ ଅଫିସର ଓ ଅନ୍ୟ କର୍ମଚାରୀ ମାନେ ଅଚାନକ ଭାବେ ଛକ୍ ସ୍ଥାନରେ ଚଡାଉ କରିଥିଲେ । ସେଠାରୁ ସତ୍ୟବାଦୀ ଥାନା ଅନ୍ତର୍ଗତ ବାରଘରିଆ ସାହିର ଲକ୍ଷ୍ମୀଧର ପ୍ରଧାନ (୨୮), ଆଠବାଟିଆ ଗ୍ରାମର ଦିବାକର ସ୍ୱାଇଁ (୨୩), ଦିଲ୍ଲୀପ କୁମାର ସାହୁ (୨୫)ଓ ମହାମାୟା ସାହିର ପ୍ରଦୀପ ରାଉତ(୨୫) ବୋଲି ଜଣାପଡିଛି । ସେମାନଙ୍କ ଠାରୁ ବିଅର ବୋତଲ ସହିତ ଛୁରୀ, କଟୁରୀ, ଲୁହାରଡ ଓ ଖେଳନା ବନ୍ଧୁକ ପୋଲିସ ଜବତ କରିଛି । ଅନ୍ୟ ପକ୍ଷେ ଏହି ଚାରିଜଣ ଯୁବକଙ୍କ ନାମରେ ସତ୍ୟବାଦୀ ଥାନାରେ ବିଭିନ୍ନ କେସରେ ମାମଲା ରହିଥବା ଜଣାପଡିଛି । ଦିଲ୍ଲୀପ କୁମାର ସାହୁଙ୍କ ନାମରେ୨୦୨୦ ଓ ୨୦୨୩ରେ ଦୁଇଟି ମାମଲା ରହିଥବା ବେଳେ ପ୍ରଦୀପ ରାଉତଙ୍କ ନାମରେ ୨୦୧୫, ୨୦୨୦, ୨୦୨୧ ଓ୨୦୨୩ରେ ଚାରିଗୋଟି ମାମଲା ରହିଛି । ଲକ୍ଷ୍ମୀଧର ପ୍ରଧାନ ଙ୍କ ନାମରେ ୨୦୧୫, ୨୦୨୦, ୨୦୨୧, ୨୦୨୩ରେ ଚାରିଗୋଟି ମାମଲା ରହିଥବା ବେଳେ ଦିବାକର ସ୍ୱାଇଁଙ୍କ ନାମରେ ୨୦୨୦ ଓ ୨୦୨୩ରେ ଦୂଇଗୋଟି ମାମଲା ରହିଥିବା ସତ୍ୟବାଦୀ ପୋଲିସ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୬/୨୦୨୩---୭.୨୫ Sakhigopal News, 6/6/2023