ଗୋଷ୍ଠୀ ଶୌଚାଳୟ ଗୃହ ଉଦଘାଟନ
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଣ୍ଡା ପଞ୍ଚାୟତ ର ସହଁରାଟିକରା ଛକ ଠାରେ ସରକାରଙ୍କ କେନ୍ଦ୍ର ଅନୁଦାନ ଅର୍ଥ ରୁ ନିର୍ମିତ ଗୋଷ୍ଠୀ ଶୌଚାଳୟ ହୋଇଅଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅଷାଡୁ ଭୂଏ ସେ ଜଣେ ଛେଳି ଚରାଲି ଭାବେ ପରିଚିତ। ସମ୍ମାନିତ ଅତିଥି ଭାବେ ତାଲମେଣ୍ଡା ପଞ୍ଚାୟତ ର ସରପଞ୍ଚ ସନ୍ତୋଷିନୀ ଦାଶ, ରବିନ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ରାଜେଶ ପ୍ରଧାନ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହା ବହୁ ଦିନରୁ ଜନସାଧାରଣ ଦାବି କରି ଆସୁଥିଲେ। ବିଶେଷକରି ମହିଳା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଗୋଷ୍ଠୀ ଶୌଚାଳୟ ସର୍ବସାଧାରଣ ଉପକୃତ ହେବେ। ପରିଶେଷରେ ସରପଞ୍ଚ ପ୍ରତିନିଧି ଅଶ୍ଵିନୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୩/୨୦୨୩----୮,୫୫ Sakhigopal News,1/3/2023