ଆନ୍ତର୍ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଞ୍ଚାୟତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଖୁଣ୍ଟୁଲିପାଲି ଠାରେ ଆନ୍ତର୍ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଶ୍ରୀ ଦେବଦତ୍ତ ପଣ୍ଡା ,ସେଣ୍ଟ ଭେଲି ହାଇସ୍କୁଲ,ବିନିକା ର ବିଜ୍ଞାନ ଶିକ୍ଷକ ଯୋଗ ଦେଇଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶଙ୍କର୍ଷଣ ମିଶ୍ର ପରିଚୟ ପ୍ରଦାନ କରିଥିଲେ ।ପ୍ରାଥମିକ ବିଭାଗର ସ୍ନେହା ଆଚାର୍ଯ୍ୟ ବ୍ୟକ୍ତିଗତ ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ସୁଶ୍ରୀ ସେବତୀ ଭୁଏ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ ସୁଶ୍ରୀ ମଧୁସ୍ମିତା ଆଚାର୍ଯ୍ୟ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଜ୍ଞାନ ପ୍ରଶ୍ନମଞ୍ଚ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ମାନିନୀ ସାହୁ ଗୁରୁମା, ଶ୍ରୀ ନିରଞ୍ଜନ ପରଡ଼ିଆ,ନିଶାନ୍ତ ମହାରଣା ଗୁରୁଜୀ,ସୁପ୍ରଭା ସା ଗୁରୁମା ସମେତ ସମସ୍ତ ଗୁରୁଜୀ , ଗୁରୁମା ଓ ସେବକ, ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୩/୨୦୨୩----୮,୫୫, Sakhigopal News,1/3/2023