ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ପୁରାତନ ଛାତ୍ର ସମ୍ମିଳନୀ
ଭଞ୍ଜନଗର--- ସୋମବାର ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ପୁରାତନ ଛାତ୍ର ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଉତ୍ସବର ଆବାହକ ଥିଲେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର I ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଦ୍ୟାଳୟର ପୁରାତନ ଛାତ୍ର ସରୋଜ କୁମାର ପାଣିଗ୍ରାହୀ, ଜେ ନାଗାବାବୁ , ଏସ୍ ଜୟଶଙ୍କର ପାତ୍ର, ଅଜିତ ମହାନ୍ତି ଓ ଅଜିତ ପଣ୍ଡା l ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରାତନ ଛାତ୍ର ହିସାବରେ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ l ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , ଶଙ୍କର ପ୍ରସାଦ ପଟନାୟକ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ ଓ ଶ୍ରୀ ମିଶ୍ର ପ୍ରମୁଖ ଏହି କାର୍ଯ୍ୟ କ୍ରମ ରେ ସକ୍ରିୟ ସହଯୋଗ କରିବା ସହିତ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଆଲୁମ୍ନୀନମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୩/୨୦୨୩ ----୮,୫୦ Sakhigopal News,1/3/2023