Breaking News

ପ୍ରସିଦ୍ଧ ପଞ୍ଚୁ ଦୋଳ ମେଳଣରେ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ

 


ଡେଲାଙ୍ଗ ----ହରିରାଜପୁର ପଞ୍ଚୁଦୋଳ   ମେଳଣ ପଡିଆରେ ନିମାଇଁ ସାହିତ୍ୟ ସଂସଦ ଦ୍ବାରା  ସାରସ୍ବତ ଉତ୍ସବ ସହ ଆଧ୍ୟାତ୍ମିକ କବିତା ଆସର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।  ସମାଜସେବୀ ପ୍ରସନ୍ନ କୁମାର ମହାରଥୀ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ।ଶିକ୍ଷାବିତ୍ ତ୍ରିଲୋଚନ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ  ଅତିଥି ଭାବେ  ଡେଲାଙ୍ଗ ବ୍ଲକର ଅଧ୍ୟକ୍ଷା ବାସନ୍ତି ସାହୁ, ସାମ୍ବାଦିକ ଦିଲ୍ଲିପ ଧାଉଡିଆ,  ବିଦ୍ୟାଧର ସାହୁ ଓ ଶିକ୍ଷକ ବାସୁଦେବ ସାହୁ ପ୍ରମୁଖ ଯୋଗଦେଇ ଥିଲେ । ଅତିଥି ମାନେ ଆଧ୍ୟାତ୍ମିକ କବିତାର ବିଭିନ୍ନ ଦିଗ ଓ ଆବଶ୍ଯକତା ସଂମ୍ପର୍କରେ   ଆଲୋକପାତ କରିଥିଲେ। ଉପସ୍ଥିତ ସମସ୍ତ କବି କବୟିତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ସମ୍ମାନିତ କରାଯାଇଥିଲା।  ସମ୍ପାଦନା ଓ ମଂଚ ପରିଚାଳନା କରିଥିଲେ ନିମାଇଁ ସାହିତ୍ୟ ସଂସଦର  ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ। ଗୀତାରାଣୀ ରଣଜିତ,ପ୍ରମିଳା ପଟ୍ଟନାୟକ,ମହେଶ୍ବର ବେହେରା,ସଂଜିବ୍‌ ଦାସ,ସଚ୍ଚିକାନ୍ତ ବିଶ୍ବାଳ,ଅଭିପ୍ସା ପ୍ରିୟଦର୍ଶିନୀ,ଝୁମୁରୀ ସାହୁ,ସତ୍ୟମ୍‌ଜିତ୍‌ ଧାଉଡିଆ ଆଦି  ତିରିଶ ଜଣରୁ ଉର୍ଦ୍ଧ କବି କବୟିତ୍ରୀ ସ୍ବରଚିତ ଆଧ୍ୟତ୍ମିକ କବିତା ପାଠ କରିଥିଲେ। ଦାଶରଥି ମହାନ୍ତି ଓ ବିଶ୍ବ ରଂଜନ ମହାନ୍ତି ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଯୁବ ସମାଜସେବୀ ବାଉରୀ ବନ୍ଧୁ ପ୍ରଧାନ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୪/୩/୨୦୨୩----୧୦,୪୫ Sakhigopal News,14/3/2023

Blog Archive

Popular Posts