Breaking News

ବ୍ରଜମୋହନ ଥିଲେ ପଲ୍ଲୀ ଶିକ୍ଷା ର ପଥ ପ୍ରଦର୍ଶକ

 

 ବରଗଡ଼---  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ମହାବିଦ୍ୟାଳୟ  ହଷ୍ଟେଲ ପରିସରରେ ଥିବା ସ୍ଵର୍ଗତ ବ୍ରଜମୋହନ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି  ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାଧ୍ୟାପିକା ଜୟ କୁମାରୀ ମିଶ୍ର, ପ୍ରାଧ୍ୟାପକ ମନୋରଞ୍ଜନ ତ୍ରିପାଠୀ, ଅଧ୍ୟାପିକା ଶାନ୍ତିଲତା ବାରିକ ପ୍ରମୁଖ ଯୋଗଦେଇ ବ୍ରଜମୋହନ ଥିଲେ ପଲ୍ଲୀ ଶିକ୍ଷା ର ପଥ ପ୍ରଦର୍ଶକ ବୋଲି ମତ ପ୍ରକାଶ କରିଥିଲେ।  ଏଥିରେ ଅଧ୍ୟାପକ ଡଃ ଅଜିତ କୁମାର ନାଥ, ମହାବିଦ୍ୟାଳୟ ମୁଖ୍ୟ କିରାଣି ପ୍ରମୋଦ ଚନ୍ଦ୍ର ସେଠ   ଶିକ୍ଷା ର ଦୂରଦ୍ରଷ୍ଟା , ଶିକ୍ଷାବିତ ସ୍ଵର୍ଗତ ବ୍ରଜମୋହନ ପଣ୍ଡା ଙ୍କ ଶ୍ରୁତି ଚାରଣ କରିଥିଲେ। ଶେଷରେ ଅଧ୍ୟାପକ ପବିତ୍ର ମାହାଣା ଧନ୍ୟବାଦ ଅର୍ପଣ କରିଥିବା  ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ। ଏହା ସମୟ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୫/୩/୨୦୨୩----୮,୧୦ Sakhigopal News,15/3/2023

Blog Archive

Popular Posts