ସତ୍ୟବାଦୀ ବ୍ଳକ ଛକରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାସ୍ତାରୋକ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ବସ, ଟ୍ରକ ଓ ପ୍ରାଇଭେଟ କାର ଗୁଡିକ ଅଟକ
ସାକ୍ଷୀଗୋପାଳ---- ୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ ବ୍ଳକ ଛକ ନିକଟରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ରାସ୍ତାରୋକ ଅନୁଷ୍ଠିତ ହୋଇଯାଇଛି । ସେଥି ମଧ୍ୟରୁ ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା , ଜନସାଧାରଣଙ୍କ ଆକ୍ରୋସର ଶିକାର ହେଉଥିବା ଚାଳକ ମାନଙ୍କୁ ସୁରକ୍ଷା ଓ ସ୍ୱତନ୍ତ୍ ଆଇନ କରିବା, ୫୫ବର୍ଷ ପରେ ;ପନସନ ଲାଗୁ କରିବା, ଡ୍ରାଇଭର ମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କୁ ୨୦ଲକ୍ଷ ଟଙ୍କା ପ୍ରଦାନ , ଦୁର୍ଘଟଣାରେ ଅକମଣ୍ୟ ହେଲେ ୧୦ ଲକ୍ଷ ସହିତ ଦୁର୍ଘଟଣାରେ ଚିକିତ୍ସା ଖର୍ଚ୍ଚ ପାଇଁ ୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଉ, ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା, ଡ୍ରାଇଭର ପିଲାମାନଙ୍କୁ ଉଚ୍ଚ ଶିକ୍ଷାଲାଭ କରିବା ପାଇଁ ସୁଯୋଗ, କାଗଜପତ୍ର ଯାଞ୍ଚ ନାମରେ ଡ୍ରାଇଭର ମାନଙ୍କୁ ହଇରାଣ ନକରାଯାଉ, ଲାଇସେନ୍ସ ପାଇଁ ୧୫ ହଜାରଟଙ୍କା ପରିବର୍ତ୍ତନ କରିବା ପାଇଁ ଦାବୀ ରଖାଯାଇଛି । ସକାଳ ୯ ଘଟିକା ଠାରୁ ଅପରାହ୍ନ ପର୍ଯ୍ୟନ୍ତ ଡ୍ରାଇଭର ମହାସଂଘ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ଯାହା ଫଳରେକି ବ୍ଳକ ଛକର ଉଭୟପାଶ୍ୱର୍ରେ ଗାଡି ମଟର ଗୁଡିକ ଲମ୍ଭାଧାଡିରେ ଠିଆ ହୋଇଥିଲେ । କାର ଓ ଅଟୋରେ ଯାଉଥିବା ରୋଗୀ ଓ ବୟାଜେଷ୍ଠ୍ୟ ନାଗରିକ ମାନଙ୍କ ଗାଡିକୁ ଅଟକ ରଖାଯାଇଥିଲା । ମାତ୍ର କେତେକ ଗାଡି ଚାଳକ ମାନେ କିଛି ଗାଡି ଗୁଡିକ ଛାଡି ଦେଇଥିଲେ । ମାତ୍ର ଘଟଣା ସ୍ଥଳରେ ପୋଲିସ ଉଚ୍ଚ ଅଧିକାରୀ ମାନେ ସବୁ ଦେଖି ଚୁପହୋଇ ଠିଆ ହୋଇ ଦର୍ଶକ ସାଜିଥିବାର ଦେଖାଯାଇଥିଲା । ଏହି ଆନ୍ଦୋଳନରେ ସତ୍ୟବାଦୀ ଓଡିଶା ଡ୍ରାଇଭର ମହାସଂଘର ସଭାପତି ମନୋଜ କୁମାର ପଣ୍ଡାଙ୍କ ନେତ୍ୱତୃରେ ଶତାଧିକ ଡ୍ରାଇଭର ମାନେ ରାସ୍ତାରୋକରେ ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ଶାଖାର ଉପସଭାପତି କାହ୍ନୁଚରଣ ରାଉତ, ସମ୍ପାଦକ ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିବାର ଦେଖାଯାଇଥିଲା । ସେଠାରେ ଶାନ୍ତିପୂର୍ଣ୍ଣ ଣକ୍ଷା କରିବା ପାଇଁ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଏସଡିପିଓ ଦେବଦତ୍ତ ବରାଳଓ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ପୋଲିସ ଫୋର୍ସ ସହିତ ରାସ୍ତାରୋକ ସ୍ଥଳରେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୩/୨୦୨୩---୭,୧୦ Sakhigopal News, 15/3/2023