Breaking News

ଭିନ୍ନ ଢ଼ଙ୍ଗରେ ପାଳିତ ହେଲା ହୋଲି ; ହୋଲିର ମଜା ଉଠାଇଲେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ



ପୁରୀ----- ପୁରୀ ଜିଲ୍ଲା ସ୍ବେଛସେବୀ ସଂଗଠନ ସାମୁଖ୍ୟ  ଦି ବେଲ ଓ ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚର ମିଳିତ ଆନୁକୁଲ୍ୟରେ ହୋଲି ଓ ଦୋଳପୂର୍ଣମା ଅବସରରେ ଆୟୋଜିତ ହୋଇ ଯାଇଛି*ଜୀବନ ରଙ୍ଗ* କାର୍ଯ୍ୟକ୍ରମ।ପୁରୀ ୟୁଥ୍ ହଷ୍ଟେଲ ପରିସର ରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଆୟୋଜିତ ହୋଇଥିଲା।ଏହି ଅବସରରେ ବିଭିନ୍ନ ଖେଳ, କୁଦ ,ନୃତ୍ୟ ,ଚିତ୍ରାଙ୍କନ ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରଷ୍ପରକୁ ଅବିର ଲଗାଇବା ସହିତ ମିଠା ବାଣ୍ଟି ହୋଲି ଖେଳିଥିଲେ।ଏହି ନିଆରା କାର୍ଯ୍ୟ କ୍ରମରେ ପୁରୀ ର ଅନେକ ବୁଦ୍ଧିଜୀବି ଯୋଗ ଦେବା ସହିତ ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମହାମଞ୍ଚର ଆବାହକ ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ରାୟ, ଅତିଥି ଭାବରେ ଯୋଗ ଦେଇ ଏହି ନିଆରା କାର୍ଯ୍ୟକ୍ରମ ଅନେକଙ୍କ ଜୀବନରେ ରଙ୍ଗ ଲଗାଇବା ସହିତ ଜୀବନକୁ ଖୁସିରେ ବଞ୍ଚିବାର ଏକ ନିଆରା ପ୍ରୟାସ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ନେହେରୁ ଯୁବ କେନ୍ଦ୍ର, ପୁରୀ ର ଜିଲ୍ଲା ସଂଯୋଜକ ଜୟସଙ୍କର ଯୋଶୀ ଉପସ୍ଥିତ ଦିବ୍ୟାଙ୍ଗ୍,ବରିଷ୍ଠ ନାଗରିକ ତଥା ସ୍ଵେଚ୍ଛାସବୀ ମାନଙ୍କୁ  ଶୁଭେଛା ଜଣାଇବା ସହିତ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ ।କାର୍ଯ୍ୟକ୍ରମ କୁ ସୁକାନ୍ତ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ଦିବ୍ୟାଙ୍ଗ ମହାମଞ୍ଚ ର ସମ୍ପାଦିକା ଗଜଲକ୍ଷ୍ମୀ ରାୟ , ଦି ବେଲ୍ ର ବ୍ରଜକିଶୋର ସାହୁ, ସଞ୍ଜୟ ପ୍ରଧାନ, ରତିକାନ୍ତ ପ୍ରତିହାରୀ, ସତ୍ୟନାରାୟଣ ସାହୁ, ଟିକିନା ପ୍ରଧାନ,ଦେବରାଜ ଦାସ, ବିଶ୍ଵନାଥ ହରିଚନ୍ଦନ, ଓମ୍ ପ୍ରସାଦ ମହାନ୍ତି, ଅମର ବାରିକ, ଗୋପାଳ ନାୟକ,ବନିତା ଦୀକ୍ଷିତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୩/୨୦୨୩----୯,୧୦ Sakhigopal News,7/3/2023

Blog Archive

Popular Posts