ଶ୍ରୀ କପିଳେଶ୍ଵର ବାବା ଶିବମନ୍ଦିର ରତ୍ନମୁଦ ଓ ଷୋଳହ ପ୍ରହରୀ ନାମଯଜ୍ଞ ର ପୂର୍ଣ୍ଣାହୁତି
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ଗ୍ରାମ ଠାରେ ନବନିର୍ମିତ ଶ୍ରୀ କପିଳେଶ୍ଵର ବାବା ଶିବମନ୍ଦିର ରତ୍ନମୁଦ ଓ ଷୋଳହ ପ୍ରହରୀ ନାମଯଜ୍ଞ ର ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରୋହିତ ଭାବରେ ପଣ୍ଡିତ ସଞ୍ଜୀବ କୁମାର ତ୍ରିପାଠୀ ଓ ସହଯୋଗୀ ପଣ୍ଡିତ ମାନେ ରିତିନୀତି ଅନୁସାରେ ହୋମଯଜ୍ଞ ଓ ପୂଜା କାର୍ଯ୍ୟ ତୁଲାଇଥିଲେ। ଏଥିରେ କର୍ତ୍ତା କର୍ତୀ ଭାବରେ ଅଶ୍ଵିନୀ କୁମାର ଚାନ୍ଦ, ଧର୍ମପତ୍ନୀ ବିଜୟଲକ୍ଷ୍ମୀ ଚାନ୍ଦ, ସଚ୍ଚିଦାନନ୍ଦ ମାଝୀ, ଧର୍ମପତ୍ନୀ ମାନୀମା ମାଝୀ ଓ ପ୍ରସନ୍ନ ଦନ୍ତା, ଧର୍ମପତ୍ନୀ ରୋଲୀ ଦନ୍ତା ପୂଜା କାର୍ଯ୍ୟ ତୁଲାଇଥିଲେ । ଷୋହଳ ପ୍ରହରୀ ନାମଯଜ୍ଞ ରେ ମୁଡୋମହୁଲ ଓ ନିଧେନପାଲି ସଂକ୍ରିତନ ଦଳ ଯୋଗ ଦେଇଥିଲେ। ଏହି ରତ୍ନମୁଦ ଉତ୍ସବ ଓ ଷୋହଳ ପ୍ରହରୀ ନାମଯଜ୍ଞ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସମୟରେ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ସୁବିଧା କରାଯାଇଥିଲା। ଏଥିରେ ଝରାପାଲି ଗ୍ରାମବାସୀ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୩/୨୦୨୩---୮,୪୫ Sakhigopal News,7/3/2023