Breaking News

ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ



ଭଞ୍ଜନଗର -- ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧୀନରେ ଥିବା ରମ୍ଭା ସେକସନ ତରଫରୁ  ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ  ରମ୍ଭା ଗ୍ରାମ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଜାଗଡ ବନାଞ୍ଚଳ  ବିମ୍ବାଧର ସାହୁ ଅଧ୍ୟକ୍ଷତା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟଅତିଥି ଭାବେ ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା, ସହକାରୀ ସଂରକ୍ଷଣକ  ବିକ୍ରମଦେବ ପଟ୍ଟନାୟକ ,କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା , ଏନଏସି କନ୍ଧମାଳ ପ୍ରତିନିଧି ପଞ୍ଚାନନ ପାଳ ଓ ସୁରେଶ ସ୍ବାଇଁ ଓ ସମାଜସେବୀ ଶୂଳପାଣି ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ ।  ବତ୍ତମାନ ଗ୍ରୀଷ୍ମରୂତୁ ହେଇଥିବାରୁ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ତାହାରି ଉପରେ ନଜର ରଖିବା ସହ ଯଦି ନିଆଁ ଲାଗେ , ତେବେ ତାହାକୁ କିଭଳି ଲିଭାଇବାକୁ ହେବ ।  ସେ ସଂକ୍ରାନ୍ତରେ  ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ଅବଗତ କରାଇଥିଲେ ।  ଉପସ୍ଥିତ ଥିବା ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀ ଓ ବିଭିନ୍ନ ସ୍ଥାନରୁ ଆସିଥିବା ବନ ସୁରକ୍ଷା ସମିତିର ସଭ୍ୟ ଓ ସଭ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ସ୍ବାତି ଅନୁଷ୍ଠାନର  ସଂପାଦକ ହରିଶଙ୍କର ରାଉତ ,ଭଗବାନ ସାହୁ, ପ୍ରକଳ୍ପ ଅଧିକାରୀ ସୁନିଲ କୁମାର ପଣ୍ଡା , ମଧୁସୂଦନ ସ୍ବାଇଁ , ଭଞ୍ଜନଗର ବନପାଳ ବଂଶୀଧର ବିଷୋୟୀ ,ରମ୍ଭା ସେକସନର ବନପାଳ ରାମେଶ୍ବରୀ ସାହୁ ,ବନରକ୍ଷୀ ବୁଲୁ ନାଇକ ,ଜିତୁ ସେଠୀ ସମେତ ସ୍ମାର୍ଡ କର୍ମଚାରୀମାନେେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୩/୨୦୨୩-----୯,୧୦ Sakhigopal News,7/3/2023

Blog Archive

Popular Posts