Breaking News

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ



ବରଗଡ଼ -ବରଗଡ଼ ଜିଲ୍ଲା ଗୋଡଭଗା ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବିଶ୍ବ ମହିଳା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଭିଜିଲାନ୍ସ ବିଭାଗର ରଞ୍ଜୁଲତା ପଣ୍ଡା, ମୁଖ୍ୟବକ୍ତା ଭାବେ ଓଡିଶା ମୋ ପରିବାର ର ଜିଲ୍ଲା ସଭାପତି  ଗୌରହରି ମିଶ୍ର,ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ  ରାଜାରାମ ଷଡଙ୍ଗୀ ,ଲରମ୍ଭା ସରକାରୀ ବିଦ୍ୟାଳୟ ର ଶିକ୍ଷୟତ୍ରୀ ପଦ୍ମିନୀ ନାୟକ ,ସମ୍ବଲପୁର ବୁଢାରଜା ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷୟତ୍ରୀ ପଙ୍କଜିନୀ ନାୟକ ଯୋଗଦେଇ ମହିଳା ମାନଙ୍କ ଭୁମିକା ଓ ଦାୟିତ୍ବ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ପ୍ରତିଷ୍ଠାତା ସଦସ୍ଯ ତଥା ସଭାପତି  ମୁକୁନ୍ଦ ଦାଶ କାର୍ଯକ୍ରମ କୁ ପରିଚାଳନା କରିଥିଲେ ।  ଡକ୍ଟର ଅଜିତ କୁମାର ନାଥ ସଂଯୋଜନା କରିଥିଲେ । ଏହି ଅବସରରେ ସମାଜ ସେବା କାର୍ଯ୍ୟ କରିଥିବା 44 ଜଣ ମହିଳା ସମାଜସେବୀ ଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ବରଗଡ, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର , ପୁରୀ,  ଅତାବିରା ବ୍ଲକ ଓ ଭେଡେନ ବ୍ଲକ ର  ସମାଜସେବୀ ମହିଳା ମାନଙ୍କୁ ପ୍ରମାଣ ପତ୍ର ସହିତ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର 90 ଜଣ ଆଜୀବନ ସଦସ୍ୟ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।  ଜନ କଲ୍ୟାଣ ସେବା ଟ୍ରଷ୍ଟ ର  ଆଜୀବନ ସଦସ୍ୟ ପରେଶ କୁମାର ମେହେର, ଅସିତ ମିଶ୍ର, ଦିବାକର ପ୍ରଧାନ, ଶ୍ୟାମ ମେହେର, ସନ୍ତୋଷ କୁମାର ପ୍ରଧାନ, ଦୟାଲୁ ପ୍ରଧାନ, ସୁରେଶ କୁମାର ମହାନନ୍ଦ, ଆଶୁତୋଷ ରଥ, ଜ୍ଯୋସ୍ନା ସାହୁ, ଅନୀତା ମହାପାତ୍ର,  ଆଗ୍ନେଶ ପ୍ରଧାନ, ସନ୍ତୋଷୀ ସାହୁ, ସୁରେନ୍ଦ୍ର ଦାଶ, ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସମସ୍ତ ସଦସ୍ୟ/ସଦସ୍ୟା   କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଏକ ନୂତନ ଲୋଗୋ ଉନ୍ମୋଚନ କରାଯାଇଥିଲା ।କାର୍ଯ୍ୟକ୍ରମରେ ପାଖାପାଖି 500 ଜଣ ମହିଳା  ଯୋଗଦାନ କରିଥିଲେ । ଖୁବ୍ ଶୀଘ୍ର ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଏକ ବୃଦ୍ଧାଶ୍ରମ ଓ ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରିଶେଷରେ ଜନ କଲ୍ଯାଣ ସେବା ଟ୍ରଷ୍ଟ ର ଉପସଭାପତି ଶିକ୍ଷକ ଧର୍ମରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୩/୨୦୨୩-----୯,୧୦ Sakhigopal News,9/3/2023

Blog Archive

Popular Posts