ଦୋଳପର୍ବରେ ଛାତ୍ରଛାତ୍ରୀ ଓ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଡାହାଣ ଗ୍ରାମରେ ଦୋଳପର୍ବ ମହାଆଡମ୍ବରେ ସାଳିତ ହୋଇଯାଇଛି । ଏହି ଅବସରରେ ଡାହାଣେଶ୍ୱର ସାଂସ୍କୃତିକ ଓ ଗ୍ରାମ୍ୟ ବିକାଶ ପରିଷଦ ପକ୍ଷରୁ ମୋଧାବୀ ଛାତ୍ରଛାତ୍ରୀ ଙ୍କ ସହିତ କଳାକାର ମାନଙ୍କୁ ସମ୍ବଦ୍ଧିର୍ତ କରାଯାଇଥିଲା । ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥବା ଶୁଭମ ପ୍ରଧାନଙ୍କୁ ସମ୍ମଦ୍ଧିତକରାଯାଇଥିଲା । ସେହିପରି ବିଗତ ବର୍ଷରେ ତୃତୀୟଶ୍ରେଣୀ ମେଧାବୃତ୍ତିପଞ୍ଚମଶ୍ରେଣୀ ମୋଧାବୃତ୍ତି ଓ ଷଷ୍ଟଶ୍ରେଣୀରେ ପଠାଣୀ ସାମନ୍ତଗଣିତ ମେଧାବୃତ୍ତିପାଇଥିôା ମନୀଷା ସ୍ୱାଇଁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମଦ୍ଧିତ କରାଯାଇଥିଲା । ଉଭୟଙ୍କୁ ଅନୁଷ୍ଠାନ ପକ୍ଷରୁ ଆର୍ଥିକ ସହାୟତରାଣି ସହିତ ମାନପତ ଓ ସିଲଡ ପ୍ରଦାନ କରାଯାଇଥିଲା । ଗ୍ରାମର କଳାକାର ଭାବେ ଭଜମନ ବାରିକ, ବ୍ରହ୍ମଚାରୀ ସ୍ୱାଇଁ, ପ୍ରଭାକର ପ୍ରଧାନ ଓ ରାଜନ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ଗ୍ରାମର ବରିଷ୍ଠ ନାଗରିକ ଭାବେ ଭରଥ ବିଶ୍ୱାଳ, ଭରତ ସ୍ୱାଇଁ, ୀରମଚନ୍ଦ୍ର ସ୍ୱାଇଁ, ଓ ଜମ୍ବେଶ୍ୱର ସ୍ୱାଇଁଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥି ଭାବେ ଡାହାଣେଶ୍ୱର ସାଂସ୍କୃତିକ ଓ ଗ୍ରାମ୍ୟ ବିକାଶର ସ୍ଥାୟୀ ସଭାପତି ବିଜୟ କୁମାର ପରିଡା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପ୍ରଭାତ ଚନ୍ଦ୍ର ପରିଡା, ଶିଳ୍ପପତି ଲକ୍ଷ୍ମୀନାରାୟଣ ସ୍ୱାଇଁ ଯୋଗଦେଇଥିଲେ । ଶଚ୍ଚିକାନ୍ତ ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ପ୍ରକାଶ ଚନ୍ଦ୍ର ବାରିକ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି---୧୦/୩/୨୦୨୩---୭,୧୦ Sakhigopal News, 10/3/2023