ଆନ୍ତର୍ଜାତୀୟ ମହିଳା ଦିବସ ଓ ଦୋଳପର୍ବ ପାଳନ
ଭଞ୍ଜନଗର---- ବୁଧୁବାର ଦିନ ଡିଏଭି ପିଟି. ଏସ୍ ଆର୍ ପବ୍ଲିକ୍ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ଓ ଦୋଳ ପର୍ବ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମ ଆଗେଇ ନେଇଥିଲେ । ବିଦ୍ୟାଳୟର ସମସ୍ତ କାର୍ଯ୍ୟରତ ସହକର୍ମୀ ମାନେ ଯୋଗଦାନ କରିଥିଲେ । ପ୍ରଧାନ ଶିକ୍ଷକ ବିଶ୍ବର ସମସ୍ତ ମହିଳାଙ୍କୁ ସମ୍ମାନ ଦେଇଥିବା ସହିତ ବିଦ୍ୟାଳୟର ସମସ୍ତ ମହିଳାଙ୍କୁ ସମ୍ମାନିତ କରିଥିଲେ । ମହାଳା ମାନଙ୍କର ସମାଜ ପ୍ରତି ଥିବା ଅବଦାନକୁ ଅତି ସୁନ୍ଦର ଭାବରେ ବୁଝେଇଥିଲେ । ତତ୍ ସହିତ ପ୍ରତିବର୍ଷ ମାର୍ଚ୍ଚ ମାସ -୦୮/୦୩/୨୩ ରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୁପେ ପାଳନ କରିବାକୁ ପ୍ରେରଣା ଦେଇଥିଲେ । ମହିଳାମାନଙ୍କ ଅବଦାନ ଓ ସମାଜ ପ୍ରତି ଥିବା ଗୁରୁତ୍ବ ଭାବକୁ ବୁଝାଇଥିଲେ । ନାରୀକୁ ସମାଜରେ ତାର ସମସ୍ତ ଅଧିକାରକୁ ଦେବାପାଇଁ ପ୍ରେରଣା ଦେଇଥିଲେ । ପରେ ପରେ ଦୋଳପୂର୍ଣ୍ଣିମା ଉପଲକ୍ଷେ ଶିକ୍ଷକ ଶିକ୍ଷୟିତ୍ରୀମାନେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ନାରୀ ଶକ୍ତିରୁପିଣୀ ସର୍ବସଂହା ପ୍ରମାଣ କରି ଦେଖାଇଅଛନ୍ତି ।ଏକ ନିଆରେ ଢ଼ଙ୍ଗରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୄନ୍ଦ ରଙ୍ଗଖେଳେରେ ରଙ୍ଗାୟିତ ହୋଇଥିଲେ । ତତ୍ ସହିତ ' ପଣାର ' ଆୟୋଜନ କରାଯାଇଥିଲା ।ସମସ୍ତ କର୍ମଚାର ଫଗୁଣର ରଙ୍ଗରେ ରଙ୍ଗାୟିତ ହେବା ସହିତ ପଣା ପିଇ ଅତ୍ୟନ୍ତ ମନୋରଞ୍ଜିତ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୩/୨୦୨୩----୭,୧୦ Sakhigopal News,9/3/2023