କଣ୍ଟିଲୋ ଠାରେ ବନ୍ଧନ ବ୍ୟାଙ୍କର ନୂତନ ଶାଖା ଉଦଘାଟିତ
ନୟାଗଡ----ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ୟୁକୋ ବ୍ୟାଙ୍କ ନିକଟରେ ବନ୍ଧନ ବ୍ୟାଙ୍କର ଏକ ନୂତନ ଶାଖା ଉଦଘାଟିତ ହୋଇ ଯାଇଛି l ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ଜୋନ ଆଞ୍ଚଳିକ ମ୍ୟାନେଜର ଲକ୍ଷ୍ମୀକାନ୍ତ ସାମନ୍ତ ଯୋଗ ଦେଇ ଏହି ବ୍ୟାଙ୍କ ନୟାଗଡ ଜିଲ୍ଲାରେ ୪ ନମ୍ବର ଶାଖା ଓ ଭୁବନେଶ୍ଵର ଅଧୀନରେ ୫୨ନମ୍ବର ଶାଖା ଅନ୍ତର୍ଭୁକ୍ତ ବୋଲି କହିଥିଲେ । ଏହା ସଙ୍ଗେ ଏହି ବ୍ୟାଙ୍କ ଦ୍ବାରା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ସ୍ବାବଲମ୍ବୀ ହେବା ସହିତ କ୍ଷୁଦ୍ର ବ୍ୟବସାୟ ଓ ଗ୍ରୁପ୍ ଋଣ ସହଜରେ ନେଇ ପାରିବେ ବୋଲି ଉପସ୍ଥିତ ମହିଳା ଗ୍ରୁପ୍ କୁ ସୂଚନା ଦେଇଥିଲେ l ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟିଲୋ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନା , ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରଭାକର ଶିରୋମଣି ଓ ଅଜୟ କୁମାର ମହାରଣା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ଋଣ ଗ୍ରହୀତା ଓ ଋଣ ଦାତାଙ୍କ ମଧ୍ୟରେ ସୁ ସମ୍ପର୍କ ରହିଲେ ବ୍ୟାଙ୍କର ସୁନାମ ବୃଦ୍ଧି ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ l କଣ୍ଟିଲୋ ଶାଖା ପରି ଚାଳକ ରଞ୍ଜନ କୁମାର ବେହେରା ଓ ରିଲେସନ ଅଫିସର ରାଜେନ୍ଦ୍ର କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଏରିଆ ମ୍ୟାନେଜର ଶ୍ରୀ ସାମନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମ ପର୍ଯ୍ୟାୟରେ ବ୍ୟାଙ୍କ ପକ୍ଷରୁ ଗଣିଆ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଭ୍ୟା ସୁନୀତା ବେହେରା ଓ କଳ୍ପନା ଖଟୁଆ ଙ୍କୁ ୩୦ ହଜାର ଲେଖାଏଁ ଟଙ୍କା ଋଣ ଅତିଥି ମାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୭/୩/୨୦୨୩----୮,୧୦ Sakhigopal News,7/3/2023