Breaking News

ନୂଆପଡ଼ା ଇଣ୍ଡୋର ଷ୍ଟାଡିୟମ ଓ ବିଜୁ ଏକ୍ସପ୍ରେସ ୱେ’ ଲୋକାର୍ପିତ. ମୁଖ୍ୟମନ୍ତ୍ରୀ କହିଲେ ମୁଁ କଥା ରେ ନୂହେଁ କାମରେ ବିଶ୍ବାସ କରେ




ନୂଆପଡ଼ା----: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା(ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି) ଗସ୍ତ ଅବସରରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୂଆପଡା ଠାରେ ମୋଟ ୭୬୬ କୋଟି ଟଙ୍କାର ୧୮୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବିକାଶମୂଳକ ପ୍ରକଳ୍ପ ସାମିଲ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଲେଟପାଣିରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ଆମର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମଦିବସ ପାଳନ କରାଯାଉଛି । ବିଜୁବାବୁ ଓଡ଼ିଶାବାସୀଙ୍କ ଭରସା ଥିଲେ । ଏ ମାଟିର ମଣିଷଙ୍କ ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହୋଇ ରହିବାକୁ ଭଲ ପାଉଥିଲେ। ଜଣେ ଓଡ଼ିଆ ଭାବେ ସେ ନିଜକୁ ବହୁତ ଗର୍ବ କରୁଥିଲେ। ତେଣୁ ତାଙ୍କ ଜନ୍ମଦିବସରେ ‘ବିଜୁ ଏକ୍ସପ୍ରେସ୍‌ ୱେ’ର ଲୋକାର୍ପଣ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ମୁଁ କଥାରେ ନୁହେଁ ବରଂ କାମରେ ବିଶ୍ୱାସ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ‘ବିଜୁ ଏକ୍ସପ୍ରେସ୍‌ ୱେ’ରେ ଘାଟିପଡା ଠାରୁ ଆମପାନି ପର୍ଯ୍ୟନ୍ତ ନିର୍ମାଣ କାମ ରେକର୍ଡ ବର୍ଷକ ମଧ୍ୟରେ ଶେଷ ହୋଇଛି।ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ବିଜୁ ଏକ୍ସପ୍ରେସ୍‌ ୱେ’ ଏକ ସାଧାରଣ ରାସ୍ତା ନୁହେଁ। ଏହା ଏହି ଅଞ୍ଚଳର ଜୀବନରେଖା। ଏହି ରାସ୍ତା ବିକାଶର ନୂଆ ଇତିହାସ ଲେଖିବ। ଏହି ରାସ୍ତା ପାଇଁ ଚାଷୀ ଭାଇ, ସାଧାରଣ ଲୋକ ସୁବିଧା ପାଇବେ। ସ୍ୱାସ୍ଥ୍ୟସେବାରେ ଉନ୍ନତି ପରିଲିକ୍ଷିତ ହେବ। ଅର୍ଥନୈତିକ ସ୍ତରରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେବ। ନୂଆ ଶିଳ୍ପ ଗଢି ଉଠିବ । ‘ଏକ୍ସପ୍ରେସ୍‌ ୱେ’ର ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି। ଏହା ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ। ଇକୋନୋମିକ କରିଡରରେ ପୁଞ୍ଜି ବିନିଯୋଗ ପାଇଁ ଅଧିକ ଇନସେନଟିଭ ଦିଆଯାଇଛି।
 ନୂଆପଡା ଜିଲ୍ଲାର ମା’ ମାନଙ୍କୁ ୨୫ କୋଟି ଟଙ୍କାର ଋଣ ସହାୟତା ରାଶି ପ୍ରଦାନ କରାଯାଇଛି । ନୂଆପଡା ଜିଲ୍ଲାର ବିକାଶକୁ ଆହୁରି ଆଗେଇ ନେବାକୁ ୭୫୦ କୋଟି ଟଙ୍କାର ଅଧିକ ପ୍ରକଳ୍ପକୁ ଆରମ୍ଭ କରି ଖୁସି ଅନୁଭବ କରୁଛି। 
ସେଭଳି କୋମନା ବ୍ଲକ୍ ର ଦରଲିପଡା ପଞ୍ଚାୟତ ର ସିଲେଟପାଣି  ଗ୍ରାମ୍ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ବିଶାଳ ସଭା ଆୟୋଜନ ହୋଇଥିଲା! ଜିଲା ର ବିଭିନ୍ନ ପଞ୍ଚାୟତ ରୁ ଲୋକେ ଆସିଥିଲେ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ବିଜେଡି ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ଥାନୀୟ ବିଧାୟକ ତଥା ଓଡିଶା ସରକାର ଙ୍କ ଯୋଜନା ଓ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଜିଲା ଓ ବହୁ ତୁଙ୍ଗ ନେତା ମାନେ ସାମିଲ ଥିଲେ। ଅନ୍ୟପକ୍ଷ ରେ  ଜିଲାପାଳ ହେମକାନ୍ତ ସାଏ  ନୂଆଁପଡ଼ା ଏସ୍ପି ଗେଣ୍ଡାଳ ରେଡି ସହିତ ରାଜେଶ ପଣ୍ଡିତ ଉପସ୍ଥିତ ରହିଥିଲେ । 
ନୂଆପଡ଼ା ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ ,୬/୩/୨୦୨୩------୯,୧୦ Sakhigopal News,6/3/2023

Blog Archive

Popular Posts