Breaking News

ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ



ଭଞ୍ଜନଗର -- ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ  ସ୍ଥାନୀୟ ନାୟକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି  ସୋମନାଥ ନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଉପଦେଷ୍ଟା ଡକ୍ଟର କମ୍ବୁପାଣି ସାମନ୍ତ, କାର୍ଯ୍ୟକାରୀ ସଭାପତି ଶିବରାମ ପଣ୍ଡା, ଉପସଭାପତି ବାଳକୃଷ୍ଣ ବେହେରା ଓ ସମ୍ପାଦକ ରବୀନ୍ଦ୍ରନାଥ ଆଚାର୍ଯ୍ୟ ମଞ୍ଚାସୀନ ଥିଲେ ।  ବୈଠକ ଆରମ୍ଭରେ ପ୍ରଫେସର ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ, ମଞ୍ଚର ଅନ୍ୟତମ ସଦସ୍ୟ ଖଦାଳ ସ୍ବାଇଁ ଓ ବାବୁଲା ପାଣିଗ୍ରାହୀଙ୍କ  ବିୟୋଗରେ  ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା ।  ଉପଦେଷ୍ଟା ଡକ୍ଟର କମ୍ବୁପାଣି ସାମନ୍ତ କାର୍ଯ୍ୟକାରୀ ସଭାପତି ଶ୍ରୀ ପଣ୍ଡା,  ପ୍ରଫେସର ଆଚାର୍ଯ୍ୟଙ୍କ ଜୀବନୀ ଓ ସାଧନା ଉପରେ ସବିଶେଷ ବିବରଣୀ ଉପସ୍ଥାପନା କରି ସମବେତ ସଭ୍ୟମାନଙ୍କୁ ଅଭିଭୂତ କରିଦେଇଥିଲେ ।  ଡକ୍ଟର ସାମନ୍ତ ଦୁଇଗୋଟି ପ୍ରସ୍ତାବ, ଯାହା ସେ ଆଜି ମିଡିଆକୁ ଛାଡିଛନ୍ତି, ଗୋଟିଏ ହେଲା ପଫେସର ଆଚାର୍ଯ୍ୟଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଉ ଓ ଅନ୍ୟଟି ହେଲା ଶ୍ରୀକାକୋଲାମ ଡକ୍ଟର ଆମ୍ବେଦକର ବିଶ୍ଵ ବିଦ୍ୟାଳୟ ରେ ଯେଉଁ ଓଡିଆ ଚେୟାର ରାଜ୍ୟ ସରକାର ଖୋଲିବାକୁ ଯାଉଛନ୍ତି ତାହା ପ୍ରଫେସର ଡକ୍ଟର ସୁଦର୍ଶନ ଆଚାର୍ଯ୍ୟଙ୍କ ନାମରେ ନାମିତ କରାଯାଉ ।  ପ୍ରସ୍ତାବ ଦ୍ୱୟକୁ ପୂର୍ଣ୍ଣ ସମ୍ମତି ଜଣାଇ ନିର୍ଦ୍ଧାରଣ ଗ୍ରହଣ କରାଯାଇଛି ।  ମଞ୍ଚ ଏ ଦୁଇଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବ ବୋଲି ସଭାପତି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।  ମଞ୍ଚର ନୂଆବର୍ଷ ଉପଲକ୍ଷେ ବନ୍ଧୁମିଳନ ପୂର୍ବବର୍ଷ ପରି ଝାଙ୍କରେଇ ପୀଠ ଠାରେ ଜାନୁଆରୀ ୮ ତାରିଖ ରବିବାର ଦିନ କରିବା ପାଇଁ ସ୍ଥିର ହୋଇଛି ।  ଡିସେମ୍ବର ୨୫ ତାରିଖ ସୁଦ୍ଧା ନବୀକରଣ ଓ ମିଳନପର୍ବ ର ଯାବତୀୟ ଖର୍ଚ୍ଚ ଦେୟ ସଭ୍ୟ ରବି ନାରାୟଣ ସାମନ୍ତ ଓ କୋଷାଧ୍ୟକ୍ଷ ବ୍ରଜ ଗୋପାଳ ମହାରଣାଙ୍କ ପାଖରେ ପଇଠ କରିବାକୁ ଅନୁରୋଧ କରାଯାଇଛି ।  ଶେଷରେ ସହ ସମ୍ପାଦକ ହରେକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୨/୨୦୨୨--୮,୩୫ Sakhigopal News,6/12/2022

Blog Archive

Popular Posts