ଥୁଆପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଥୁଆପାଲି ର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅତିଥି ମାନେ ଭାରତ ମାତା ଓ ସରସ୍ଵତୀ ଙ୍କ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ। ଏଥିରେ ବିଦ୍ୟାଳୟ ର ବିଭୁ ଗୁରୁଜୀ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ସଭାପତି ହରିଶ୍ଚନ୍ଦ୍ର ବାରିକ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଡକ୍ଟର ତପସ୍ଵିନୀ ଗୁରୁ, ମୁଖ୍ୟ ବକ୍ତା ଭାବେ ପଲ୍ଲୀଶ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ, ସମ୍ମାନୀତ ଅତିଥି ଭାବେ ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ କୁମାର ଚାନ୍ଦ, ବିଦ୍ୟାଳୟର ଅକ୍ଷୟ କୁମାର ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯା ସ୍ଵର୍ଣ୍ଣମ ତରିଆ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ସମୟରେ କୋଶଲ ସେନା, ମାହେଶ୍ଵରୀ ସେନା ଓ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ସଦସ୍ୟ ମାନଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟ କୃତି ଭାଇଭଉଣୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ସମୟରେ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ଓ ସମସ୍ତ ଅଭିଭାବକ ଅବିଭାବିକା ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଜନସାଧାରଣ ଉଚ୍ଚ ପ୍ରଶଂସା କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ ,୨୧/୧୨/୨୦୨୨---୮,୫୦ Sakhigopal News,21/12/2022