Breaking News

ବେଆଇନ ଖଣିକୁ ସିଲ୍ ସହ ଭିଜିଲାନ୍ସ ତଦନ୍ତ ଦାବି, ଦାବି ପୂରଣ ନହେଲେ ଧାରଣା ଚେତାବନୀ




ଓଡ଼ଗାଁ:- ଓଡ଼ଗାଁ ତହସିଲ ଅଧିନରେ ଦିନ ଦ୍ୱିପହରରେ ପାକୃତିକ ସମ୍ପଦ ଲୁଟ ହେଉଛି । ଏହି ଅଞ୍ଚଳରେ ମାତ୍ର ଦୁଇଟି ଖଣିକୁ ଲିଜ୍ ଦିଆଯାଇଥିବା ବେଳେ ଅଞ୍ଚଳରେ ବେଆଇନ ଭାବେ ୮୪ରୁ ଉର୍ଦ୍ଧ୍ୱ ଖଣି ଖନନ ହେଉଛି । ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତସଂହାରଙ୍କ ପ୍ରତି ସିଧାସଳଖ ଆଙ୍ଗୁଠି ଉଠୁଛି । ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଗତ ୩ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଖଣି ଖନନ କରାଯାଇଛି । କୋମଣ୍ଡ, ପଥରା ଏବଂ ବାଦଭୂଇଁ ଅଞ୍ଚଳରେ ବ୍ୟାପକ ଅଞ୍ଚଳ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ବିଗତ ୩ ବର୍ଷ ଧରି ବ୍ୟାପକ ଭାବେ ଏଠାରେ ଖଣି ଖନନ କରାଯାଇ ଲୁଟ କରାଯାଉଥିଲେ ମଧ୍ୟ ସମସ୍ତ  ଅଧିକାରୀ ମାନେ ଆଖିବୁଜି ଦେଇଛନ୍ତି । ଏହା ପଛରେ ଓଡ଼ଗାଁ ତହସିଲଦାର ଶ୍ରୀ ସାମନ୍ତସଂହାରଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଲୋକମାନେ କହନ୍ତି। ତହସିଲଦାର ଜଣେ ଦଲାଲ ମାଧ୍ୟମରେ ମାସିକିଆ ଚାନ୍ଦା ନେଉଥିବା ବେଳେ ସ୍ଥାନୀୟ ପୁଲିସ ମଧ୍ୟ ବେଶ ମାଲ କମାଉଛି । ଦୈନିକ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ମାଙ୍କଡ଼ା ଓ ମୋରମ ଚୋରୀ ହେଉଥିବା ବେଳେ ଏହା ପଛରେ ଥିବା ପର୍ଦାଫାସ କରିବା ପାଇଁ ଦାବି ହେଉଛି ।
             ଦୈନିକ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ମାଙ୍କଡ଼ା ଓ ମୋରମ ଚୋରୀ ହେଉଥିବା ବେଳେ ଏହା ପଛରେ ରାକେଟର ପର୍ଦାଫାସ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ  ଦାବି ହେଉଛି । ଏହା ସହ ଏହି ବେଆଇନ୍ ଖଣିକୁ ସିଲ୍ କରି ଖଣି ମାଫିଆମାନଙ୍କୁ ଗିରଫ ସହ ତହସିଲଦାର ଶ୍ରୀ ସାମନ୍ତସିଂହାରଙ୍କ ବଦଳି ଦାବି କରିଛନ୍ତି ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ।ଏହାର ଭିଜିଲାନ୍ସ ତଦନ୍ତ କରାଯିବା ସହ ତହସିଲଦାର ଶ୍ରୀ ସାମନ୍ତ ସିଂହାରଙ୍କୁ ଆଗାମୀ ୭ଦିନ ମଧ୍ୟରେ ବଦଳି କରାଯିବା ପାଇଁ ଛାତ୍ର କଂଗ୍ରେସ ଦାବି କରୁଛି । ନତୁବା ଆସନ୍ତା ୮ତାରିଖଠାରୁ ଛାତ୍ର କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାନେଇ ପ୍ରେସ ବାର୍ତ୍ତା ମାଧ୍ୟମରେ ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିଶୋଇ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧/୧/୨୦୨୩---୮,୧୦ Sakhigopal News,1/1/2023

Blog Archive

Popular Posts