ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୦୨୨/୨୩ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ପ୍ରଧ୍ଯାପକ ଝସକେତନ ପ୍ରଧାନ। ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ, ଓଡିଶା ରାଜ୍ୟ ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଗାନ୍ଧୀ ମେମୋରିଆଲ ମହାବିଦ୍ୟାଳୟ କଳାପାଣି ର ଅଧ୍ୟକ୍ଷ ଡଃ ମୋହନ ସାହୁ ଯୋଗଦେଇଥିଲେ। ପ୍ରଥମେ ଅତିଥି ମାନେ ବାଗଦେବୀ ସରସ୍ଵତୀଙ୍କ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ସ୍ଵାଗତ ସଂଗୀତ ଗାନ କରି ଥିଲେ। ବିଦ୍ୟାଳୟର ସଭାନେତ୍ରୀ ବାର୍ଷିକ ବିବରଣୀ ରେ ଅଭାବ ଅସୁବିଧା ସମ୍ପର୍କରେ ପାଠ କରିଥିଲେ। ମୁଖ୍ୟ ଅତିଥି ଅତାବିରା ବିଧାୟିକା ବିଦ୍ୟାଳୟ ର ବାଉଣ୍ଡରି ୮ଲକ୍ଷ ଓ ସାଇକଲ ଷ୍ଟାଣ୍ଡ ୨ଲକ୍ଷ ଦେବାକୁ ଘୋଷଣା କରିଥିଲେ। ଛାତ୍ରଛାତ୍ରୀ ମାନେ କରତାଳି ସହିତ ସ୍ଵାଗତ କରିଥିଲେ। ମୁଖ୍ୟବକ୍ତା ଅଧ୍ୟକ୍ଷ ମୋହନ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ମାଁ, ବାପା ଓ ଗୁରୁଜନ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ବିଭିନ୍ନ ବିଭାଗରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ପ୍ରାଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ, ପରିଚାଳନା କମିଟି ର ସମସ୍ତ ସଦସ୍ୟ ସଦସ୍ୟା, ଉପଦେଷ୍ଟା ଉପସ୍ଥିତ ଥିଲେ। ଏଥିରେ ରେମଣ୍ଡା ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ। ପ୍ରଧ୍ଯାପକ ଗୋପାଳ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୧୨/୨୦୨୨----୯,୧୦ Sakhigopal News,30/12/2022