ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଗରୁ ସତ୍ୟବାଦୀ ଥାନାରେ ବିଜେପି କର୍ମୀ ଅଟକ
ସାକ୍ଷୀଗୋପାଳ---- ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ ଆଗରୁ ସତ୍ୟବାଦୀ ଥାନା ପକ୍ଷରୁ ରବିବାର ରାତିରେ ପ୍ରାୟ ୧୦ ଜଣ ବିଜେପି କର୍ମୀଙ୍କୁ ରାତିରେ ଉଠାଇ ଆଣିଛି । କୌଣସି ଅଘଟଣକୁ ନଜର କରି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ସତ୍ୟବାଦୀ ପୋଲିସ ଜୟପୁର ସମିତିସଭ୍ୟ ଦୀପକ ଶତପଥିଙ୍କ ସହିତ ଅଳସା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶଙ୍କର୍ଷଣ ପ୍ରଧାନ, ନୂଆସମେଶ୍ୱରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରାଚୁର୍ଯ୍ୟ ହୋତା, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ ରାଉତରାୟ, ନିଶିକାନ୍ତ ପ୍ରଧାନ( ରିଙ୍କୁ ), ଜାନକୀ ବଲ୍ଲଭ ବରାଳ, ବିଶ୍ୱଜିତି ମହାପାତ୍ର ଓ ପ୍ରଶାନ୍ତ ପାଣିଙ୍କୁ ସତ୍ୟବାଦୀ ପୋଲିସ ଅଟକ ରଖିଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧୨/୨୦୨୨---୭,୧୦ Sakhigopal News, 26/12/2022