Breaking News

ଡକାୟତି ଯୋଜନା ପଣ୍ଡ; ୫ ଅଭିଯୁକ୍ତ ଗିରଫ



ଜଟଣୀ --ଜଟଣୀ ଥାନା ଅନ୍ତର୍ଗତ ଗ୍ୟାସ ଫାକ୍ଟ୍ରି ମୁଖ୍ୟ ରାସ୍ତା କଡରେ ଅବସ୍ଥିତ ଖଣ୍ଡୁଆଳ ମନ୍ଦିର ନିକଟରୁ ଜଟଣୀ ପୋଲିସ ଦ୍ୱାରା ପାଞ୍ଚ ଡକାୟତ ଗିରଫ ହୋଇଛନ୍ତି l ସୂଚନା ମୁତାବକ ଗତକାଲି ମଧ୍ୟରାତ୍ରରେ ଜଟଣୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସଦଳବଳେ ଅଚାନକ ଚଢ଼ାଉ କରି ସ୍ଥାନୀୟ ଖଣ୍ଡୁଆଳ ମନ୍ଦିର ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ପାଞ୍ଚ ଜଣ ଅଭିଯୁକ୍ତ ଏକାଠି ହୋଇ ଏକ ବଡ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପାଞ୍ଚ ଡକାୟତିଙ୍କୁ ଗିରଫ କରିଛନ୍ତି।  ତାଙ୍କ ଠାରୁ ଚାରଟି ଛୁରୀ,ଗୋଟିଏ ସ୍କୃ ଡ୍ରାଇଭର, କିଛି ଲଙ୍କା ଗୁଣ୍ଡ ପ୍ୟାକେଟ ଏବଂ ଦୁଇଟି ମୋବାଇଲ ଫୋନ ଜବତ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ମୁଣ୍ଡିଆ ସାହିର ଏସକେ ଫରିଉଦ୍ଦିନ, ସଞ୍ଜୟ ଦାସ, ରମେଶ ଦାସ ଏବଂ ରଥିପୁର ଗ୍ରାମର ଏସକେ ବସିରୁଦ୍ଦିନ, ଅନଶର ସାହା ଏହି ପାଞ୍ଚ ଜଣକୁ ପୋଲିସ ଗିରଫ କରି କେସ ନଂ 464/22ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତଙ୍କ ନାମରେ ଜଟଣୀ ଥାନାରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୧୨/୨୦୨୨---୮,୫୦ Sakhigopal News,24/12/2022

Blog Archive

Popular Posts