Breaking News

୬ଟି ବାଇକ ସହ ଦୁଇ ଗାଡି ଚୋରଙ୍କୁ ମାଡି ବସିଲା ପୋଲିସ



ଜଟଣୀ ----ଜଟଣୀ ଥାନା ଅଞ୍ଚଳରେ ବାଇକ ଚୋର ଙ୍କ ଉତ୍ପାତ ବଢ଼ିବାରେ ଲାଗିଛି ।ବାରମ୍ବାର ହେଉଛି ବାଇକ ଚୋରି । ତେବେ ଗତ 15 ତାରିଖରେ ତିରିମଲ୍ଲ ଅଞ୍ଚଳର ପ୍ରତାପ ବେହେରା ଜଟଣୀ ଷ୍ଟେଟ ବ୍ୟାଙ୍କ ନିକଟରେ ନିଜର ହିରୋ ହୋଣ୍ଡା ସ୍ପେଣ୍ଡର ବାଇକ ରଖି ବ୍ୟାଙ୍କ ଭିତରକୁ ଯାଇଥିଲେ ।ଫେରିବା ପରେ ଦେଖିଲେ ତାଙ୍କ ବାଇକ ଚୋରି ସୋଇଯାଇଥିଲା । ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଜଟଣୀ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇଜଣ ଚୋରଙ୍କୁ ମାଡି ବସିଛି, ଏବଂ ଅଭିଯୋଗ କାରୀଙ୍କ ବାଇକ ଉଦ୍ଧାର କରାଯାଇଛି । ପରେ ପଚରା ଉଚୁରା ପରେ ସେମାନଙ୍କ ଠାରୁ ଖୋର୍ଦ୍ଧା,ଜଟଣୀ ଏବଂ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରୁ ଆହୁରି 5 ଟି ବାଇକ ଜବତ କରିଛି । ଗିରଫ ବାଇକ ଚୋର ହେଲେ ଖଣ୍ଡଗିରି ଥାନା ଯଦୁପୁରର ସୁମିତ ଖାନ ଏବଂ ଡୁମୁଡୁମା ର ଏସକେ ସାଜିଦ । ପୋଲିସ ଉଭୟ ଙ୍କ ଠାରୁ ମୋଟ 6 ଟି ବାଇକ ଜବତ କରିବା ସହ କେଶ ନମ୍ବର 450/22 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୨୬/୧୨/୨୦୨୨---୯,୫୫ Sakhigopal News,26/12/2022

Blog Archive

Popular Posts