ବାଙ୍କୀ ତହସିଲଦାର ଙ୍କୁ ଆରଟିଆଇ ମାଧ୍ୟମରେ ସୁଚନା ମାଗିଲେ ମିଳୁନାହିଁ; ଦିନ ଗଡ଼ାଇ ଚାଲିଛନ୍ତି
କଟକ - ବାଙ୍କୀ ବୈଦେଶ୍ଵର ବାଲି ଘାଟରୁ ପ୍ରତେକ୍ ଦିନ ସହ ସହ ଟ୍ରିପ ବାଲି ଆନ୍ଧ୍ର ପ୍ରଦେଶ ଓ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି । ଯାହାଦ୍ବାରା ରାସ୍ତା ଖରାପ ହେବା ସହିତ ଯାତାୟାତ ରେ ମଧ୍ୟ ଅସୁବିଧା ହେଉଛି । ଧୂଳି ଉଡ଼ି ବାୟୁମଣ୍ଡଳ ଦୂଷିତ ହେବା ଦ୍ବାରା ଜନସାଧରଣ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉକ୍ତ ବାଲିଘାଟ ବିଷୟରେ ସବିଶେଷ ବିବରଣୀ ଜାଣିବା ପାଇଁ ସାମ୍ବାଦିକ ମୃତ୍ୟୁଞ୍ଜୟ ପ୍ରଧାନ ବାଙ୍କୀ ତହସିଲଦାର ଙ୍କୁ RTI ମାଗିଥିଲେ । କିନ୍ତୁ ତହସିଲଦାର ରିପୋର୍ଟ ପ୍ରଦାନ କରିବାକୁ ଦିନ ଗଡ଼ାଇ ଚାଲିଛନ୍ତି । ଅଫିସ ରେ ଥିବା ମ୍ୟାଡ଼ାମ୍ ଙ୍କ କହିବା କଥା ରିପୋର୍ଟ ପ୍ରଦାନ ପାଇଁ ୩୦ ଦିନ ସମୟ ଲାଗିବ । ଏ ବିଷୟରେ ସାର ଙ୍କୁ ପଚାରିଲେ ସାର କହୁଛନ୍ତି ମୋର ଏକ ମାସ ଚାକିରି ରହିଲା ତତେ ମୁଁ ଗୋଟେ କିଳା ଦେଇକି ଯିବି । ଯଦି ତହସିଲଦାର ଜଣେ ସାମ୍ବାଦିକ ଙ୍କୁ ଏଭଳି କହି ପାରୁଛନ୍ତି ତାହେଲେ ଜଣେ ସାଧାରଣ ଜନତା କୁ କିଭଳି ବ୍ୟବହାର କରୁଥିବେ ତାହା ଚିନ୍ତାର ବିଷୟ ହୋଇଛି । RTI ରିପୋର୍ଟ ଶୀଘ୍ର ଦେବାରେ ଅସୁବିଧା କଣ। ନା ତାଭିତରେ ଅନ୍ୟ କିଛି ରହସ୍ୟ ଅଛି । ତହସିଲଦାର ଓ ବାଲି ମାଫିଆ ମିଶି ସରକାରୀ କଳ କୁ କଣା କରି ରାଜସ୍ବ ଲୁଟି ନିଜ ପାଣ୍ଠି ବଢ଼ାଉ ନାହାନ୍ତି ତ ?। ବାଙ୍କୀ ତହସିଲଦାର ତାଙ୍କର ଚାକିରି ଅବଧି ଭିତରେ କେତେ ମାତ୍ରାରେ ରାଜସ୍ବ ଲୁଟିଛନ୍ତି ଏବଂ ତାଙ୍କର ସ୍ଥାବର ଅସ୍ତାବର୍ ସମ୍ପତି କେତେ ଏହାର ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି। ଯଦି ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବା ସହିତ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଲୋକମାନେ ଚେତନା ଦେଇଛନ୍ତି । ସରକାରୀ କଳ କଣା , ତହସିଲଦାର ଙ୍କୁ ଜଣା ବୋଲି ଏବେ ବଜାର ଠାରୁ ଗ୍ରାମ ରେ ଗୋଟିଏ କଥା ଆଲୋଚନା ହେଉଛି। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୩୧/୧୨/୨୦୨୨---୧୨,୪୫ Sakhigopal News,31/12/2022