ଯୁବ ବ୍ୟବସାୟୀ ହିତେନ୍ ସ୍ବାଇଁ ହତ୍ୟା ଘଟଣା ରେ ୬ ଗିରଫ ; କାର୍ , ବାଇକ୍ , ଭୁଜାଲି ଜବତ
ଭଞ୍ଜନଗର - ଭଞ୍ଜନଗର ଥାନା ଅଞ୍ଚଳର ବହୁଚର୍ଚ୍ଚିତ ଯୁବ ବ୍ୟବସାୟୀ ହିତେନ୍ ସ୍ବାଇଁ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ସହ ୬ ଗିରଫ । ଗୋଟିଏ କାର୍ , ଗୋଟିଏ ବାଇକ୍ , ଭୂଜାଲି ଓ ଠେଙ୍ଗା ଜବତ କରାଯାଇଛି । ଫାଇନାନ୍ସ ଟଙ୍କା କୁ କେନ୍ଦ୍ରକରି ,ଗତ ୧୩ ତାରିଖ ରେ ହୋଇଥିଲା ହତ୍ୟା । ୧୮ ତାରିଖ ରେ ମୃତ ଦେହକୁ ଦାରିଙ୍ଗିବାଡ଼ି ଘାଟି ରୁ ଉଧାର କରିଥିଲା ଭଂଜନଗର ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର । ଗତ ୧୯ ତାରିଖରେ ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ କୁ ଗିରଫ କରିଥିଲା ଭଂଜନଗର ପୋଲିସ । ହିତେନ୍ ସ୍ବାଇଁ ଭଞ୍ଜନଗର ରେ ରହୁଥିଲେ । ବହୁ ଚର୍ଚ୍ଚିତ "କିନି" ଚିଟଫଣ୍ଡ ସଂସ୍ଥା ରେ ଟଙ୍କା କାରବାର କୁ ନେଇ ହିତେନ୍ ଏବଂ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭଞ୍ଜନଗର ର ସୁଧାଂଶୁ ସ୍ବାଇଁ ଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା । ପରେ ଦାରିଙ୍ଗିବାଡି ଠାରେ , ଏକ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା କୁ କହି ଗତ ୧୩ ତାରିଖରେ ହିତେନ୍ କୁ ଘରୁ ଡାକି ନେଇଥିଲ ସୁଧାଂଶୁ ସ୍ବାଇଁ । ଭଞ୍ଜନଗର ସ୍ଥିତ ବାଉଁଶଲଣ୍ଡି ଠାରେ ରହିଥିବା ଧୁପକାଠି ତିଆରି ହେଉଥିବା ଏକ ଘରେ ହିତେନ୍ କୁ ହତ୍ୟା କରିଥିଲେ । ହତ୍ୟା ପରେ ଏକ କାର୍ ରେ ମୃତଦେହ କୁ ନେଇ ଦାରିଙ୍ଗିବାଡ଼ି ଘାଟି ତଳକୁ ଫୋପାଡି ଦେଇଥିଲେ । ଏହି ଘଟଣା ରେ ୭ ଜଣ ସଂପୃକ୍ତ ଥିଲେ ବୋଲି ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି । ପ୍ରକାଶ ତାଙ୍କରି ଭଞ୍ଜନଗର ଥାନାଞ୍ଚଳର ଏହି ହତ୍ୟା ଘଟଣା ସ୍ଥାନୀୟ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା । ପ୍ରଥମେ ହିତେନ୍ ଙ୍କ ନିଖୋଜ ନେଇ ତାଙ୍କ ସ୍ତ୍ରୀ ମିନତୀ ବିଷୋୟୀ ଥାନାରେ ଏତଲା ଦେଇଥିଲେ। ଥାନା କେଶ୍ ନମ୍ବର ୭୦୦/୨୨ ରେ ନିଖୋଜ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଥାନାଧିକାରୀ ଧିରେଶ କୁମାର ସାହୁ ମାମଲା ର ତଦନ୍ତ ଭାର ନେଇଥିଲେ । ଘଟଣା କୁ ଅତି ସତର୍କତାର ସହ ତଦନ୍ତ ଆରମ୍ଭ କରି ୧୮ ତାରିଖରେ ଦାରିଙ୍ଗିବାଡି ଘାଟିରୁ ହିତେନ୍ ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପର ଦିନ ଘଟଣାରେ ତ୍ରିପତି ଦାସ ନାମକ ଜଣେ ଅଭିଯୁକ୍ତକୁ ଗିରଫ ପରେ ଅନ୍ୟ ଅଭିଯୁକ୍ତ ଓ ମୁଖ୍ୟ ଅଭିଯୁକ୍ତର ସନ୍ଧାନ ପାଇଥିଲା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭେଜିପୁଟ ର ସୁଧାଂଶୁ ଶେଖର ସ୍ବାଇଁ , ଜଗା ଭୂୟାଁ , ବିକ୍ରମ ସ୍ବାଇଁ , ଧୁଆଛାଇ ର ଚିତ୍ରସେନ ସାହୁ , ପ୍ରଦ୍ୟୁମ୍ନ ପାତ୍ର ,ଓ ପ୍ରତିକୃଷ୍ଣ ସ୍ବାଇଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ଗୋଟିଏ ନିଶାନ୍ତ ଟେରାନୋ କାର୍ , ଗୋଟିଏ ମୋଟରସାଇକେଲ , ଭୂଜାଲି , ଗୋଟିଏ ଷ୍ଟେଥୋ , ଠେଙ୍ଗା , ୫ ଟି ମୋବାଇଲ ଜବତ ହୋଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୨/୨୦୨୨----୯,୪୫ Sakhigopal News,25/12/2022