Breaking News

ଗାଲେରୀ କଲେଜର ଶୀତ କାଳୀନ ସ୍ୱତନ୍ତ୍ର ସେବା ଶିବିର

 

ଭଞ୍ଜନଗର-- ଗାଲେରୀ ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କ ସଭାପତିତ୍ୱରେ ଶୀତ କାଳୀନ ସ୍ୱତନ୍ତ୍ର ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।  ଅତିଥି ଭାବେ ରାଜ କୁମାର ସାହୁ(ବିଶିଷ୍ଟ ଶିକ୍ଷାବିତ ଓ ସମାଜ ସେବୀ),ଦୋମୁହାଣି ପଞ୍ଚାୟତର ସରପଞ୍ଚ ଅରୁପମା ସାହୁ, ଗାଲେରୀ ଗ୍ରାମର ଯୁବ ସମାଜ ସେବୀ ଶଙ୍କର୍ଷଣ ମହାରଥା, ସୁନିତା ଗୌଡ,ମୋ କଲେଜ ଅଭିଯାନର ସଭାପତି ଶିବାନନ୍ଦ ନାୟକ ଓ ଛାତ୍ର ବନ୍ଧୁ ପ୍ରଶାନ୍ତ ଗୌଡଙ୍କ ଉପସ୍ଥିତି ରେ ପୋଷ୍ୟ ଗ୍ରାମ ଦୋମୁହାଣି ଠାରେ ଏନ୍ ଏସ ଏସ କୋ ୟୁନିଟର ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି। ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଦୁର୍ଗା ମାଧବ ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ଶିବିରରେ  ୨୫ଜଣ ଛାତ୍ର ଓ୨୫ଜଣ ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଆଜିର ଦିନ ରେ ଭଞ୍ଜ ନଗର ର ବିଶିଷ୍ଟ ସମାଜସେବୀ, ଅବୈତନିକ ବନ ସୁରକ୍ଷକ ଶୂଳପାଣି ଶତପଥୀ ମୁଖ୍ୟ ବକ୍ତା ଓ ଗଂଜାମ ଜିଲ୍ଲା ରେଡ୍ ରିବନ କ୍ଳବ୍ ର ହେମନ୍ତ କୁମାର ଦାଶ ମୁଖ୍ୟ ଅତିଥି ତଥା ରିସର୍ଚ୍ଚ ପର୍ ସନ୍ ରୂପେ ଯୋଗ ଦେଇଥିଲେ।ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପରେ ସଭା ଅନୁଷ୍ଠିତ ହୋଇଥିଲା।ଛାତ୍ରୀ ଶୁଭଶ୍ରୀ ପ୍ରିୟ ଦର୍ଶିନୀ ପ୍ରାରମ୍ଭିକ ସଙ୍ଗୀତ ଓ ଛାତ୍ରୀ ଅଂଜଳୀ ମିଶ୍ର ଅନ୍ତିମ ସଙ୍ଗୀତ ଗାନ କରିଥିଲେ।ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ପ୍ରଦାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଦୁଇ ଅତିଥି ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ଏଡ୍ସ ରୋଗ ର ଭୟାଭୟତା ଓ ନିରାକରଣ ସମ୍ପର୍କ ରେ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ଓ ସଠିକ ଉତ୍ତର ଦେଇ ଥିବା ପିଲାମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।ଏହି ସଭା କୁ ମୋ କଲେଜ ଅଭିଯାନ ର ସଭାପତି ଶିବାନନ୍ଦ ସଂଯୋଜନା କରିଥିଲେ ଓ ଛାତ୍ରୀ ସଙ୍ଗୀତା ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷ ରେ ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ସଚେତନ ମୂଳକ ଶ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରାଯାଇଥିଲା।ଏଥିରେ ସମସ୍ତ ଅତିଥି ଓ ରାଜ କୁମାର ସାହୁ ଯୋଗଦାନ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୨/୨୦୨୨----୯,୪୦ Sakhigopal News,30/12/2022

Blog Archive

Popular Posts