Breaking News

ଦେହରେ ନିଆଁ ଲଗାଇ ମହିଳାଙ୍କର ଆତ୍ମହତ୍ୟା



ଭଞ୍ଜନଗର - ପାରିବାରିକ ଅଶାନ୍ତି କୁ କେନ୍ଦ୍ରକରି ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ବିବାହିତ ମହିଳା । ଗୁରୁତର ଅବସ୍ଥାରେ ୬ ଦିନ ଧରି ଚିକିତ୍ସିତ ହୋଇଥିଲେ । ଶେଷରେ ଆଖି ବୁଜିଲେ । ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଚଣି ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ହେଲେ  ଉଷାରାଣୀ ଗୈାଡ । ସୂଚନା ପ୍ରକାରେ ଉଷାରାଣୀ ଙ୍କ ସ୍ଵାମୀ ଅଧିକାଂଶ ସମୟରେ ମଦ୍ୟପାନ କରି ଘରକୁ ଆସୁଥିଲେ।  ଯାହା ଫଳରେ କି ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ  ଝଗଡା ଲାଗୁଥିଲା । ଶେଷରେ ଅତିଷ୍ଠ ହୋଇପଡିଥିବା ସ୍ତ୍ରୀ ଗତ ୨୩ ତାରିଖ ରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଧାର କରାଯାଇଥିଲା । ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ଆହତ ଅବସ୍ଥାରେ ନିଜ ଘରେ ରହିଥିବା ବେଳେ ଶେଷରେ ଗତ ଗୁରୁବାର ରାତିରେ ଉଷାରାଣୀଙ୍କର ମୃତ୍ୟୁ ହୋଇଥିଲା ‌। ଖବର ପାଇ ବିଞ୍ଚଣା ଗାଁ ରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ , ଭଂଜନଗର ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଥିଲା ଗାଙ୍ଗପୁର ଥାନା ପୋଲିସ ।  ଏନେଇ ଗାଙ୍ଗପୁର ଥାନା କେଶ୍ ନମ୍ବର ୨୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।  ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୨/୨୦୨୨----୯,୪୫  Sakhigopal News,30/12/2022

Blog Archive

Popular Posts