Breaking News

ଛାତ୍ରଙ୍କୁ ଉଦ୍ଧାର କରିବାକୁ ଯାଇ କଣ୍ଟିଲୋ ମହାନଦୀରେ ଶିକ୍ଷକଙ୍କ ମୃତ୍ୟୁ



ନୟାଗଡ଼,- ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅଧୀନ କଣ୍ଟିଲୋ ମହାନଦୀ ସ୍ମଶାନ ତୁଠରେ ବୁଡି ଯାଇ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି l ଶିକ୍ଷକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳର ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମର ସରୋଜ କୁମାର ଦାସ l ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଙ୍କୁ ନେଇ ଆସିଥିବା ଜଣେ ଶିକ୍ଷକ ଆଜି ସକାଳ ୭ଟାରେ କଣ୍ଟିଲୋ ମହାନଦୀରେ ଗାଧୋଇବା ସମୟରେ ଗଭୀର ଜଳ ଭିତରକୁ ଚାଲି ଯାଇଥିଲେ। ଫଳରେ ପାଣିରେ କିଛି ସମୟ ପାଇଁ ନିଖୋଜ ହୋଇଯାଇଥିଲେ। ଏତତ୍ ବ୍ୟତୀତ ଜଣେ ଛାତ୍ର ମଧ୍ୟ ବୁଡି ଯାଉଥିବା ସ୍ଥାନୀୟ ଲୋକମାନେ ଦେଖି ଉଦ୍ଧାର କରିବା ସହ ଶିକ୍ଷକ ଙ୍କୁ ବହୁ ଖୋଜାଖୋଜି କଲାପରେ ପାଇଥିଲେ। ତେବେ ତୁରନ୍ତ ତାଙ୍କୁ ମେଡିକାଲ ନେଲାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୯/୧୨/୨୦୨୨----୧୨,୧୦ Sakhigopal News,29/12/2022

Blog Archive

Popular Posts