Breaking News

ଗହଣା ଦୋକାନରୁ ଲୁଟ କରି ଜଣେ ଗିରଫ

 
ଜଟଣୀ ---ଜଟଣୀ ଅଞ୍ଚଳରେ ଲୁଟ ଏବଂ ରାହାଜାନି ଦିନକୁ ଦିନ ବଢିଚାଲିଥିବା ବେଳେ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଲାଣି । ଦୁଇ ଚାରିଦିନ ତଳେ ଡକାୟତି ଯୋଜନା କରୁଥିବା ବେଳେ ଲଙ୍କା ଗୁଣ୍ଡ ଗ୍ୟାଙ୍ଗ, ଗତକାଲି ବାଇକ ଚୋରି ଗ୍ୟାଙ୍ଗ ଧରା ପଡ଼ିଥିବା ବେଳେ ଏବେ ଜଣେ ଅଣ ଓଡ଼ିଆ ଲୁଟେରା ପୋଲିସ ହାବୁଡ଼ରେ ପଡିଛି ।ସୂଚନା ମୁତାବକ ଛତିଶଗଡ଼ ରାଜ୍ୟର ଯାଞ୍ଜଗିରି ଜିଲ୍ଲାର ବିଶ୍ୱନାଥ ଧୀୱାର ନାମକ ଜଣେ ଅଣ ଓଡ଼ିଆ ଲୁଟେରା ଜଟଣୀରେ ଲଗାତର ଭାବେ ଦୁଇ ଦୁଇଟି ସୋରୁମ ରୁ ଚୋରି କରିଛି । ଜଟଣୀ ମେଡିକାଲ ରୋଡ଼ ସ୍ଥିତ ସାଇ ମହାବୀର ଗହଣା ଦୋକାନରୁ 23 ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିବା ବେଳେ ସେହି ରାତିରେ ସ୍ଥାନୀୟ  ବାଲାଜୀ ସୋରୁମରୁ ଲୁଟ ହୋଇଥିଲା ।ତେବେ ଗହଣା ଦୋକାନ ମାଲିକ ଜଟଣୀ ଥାନାରେ କରିଥିବା ଅଭିଯୋଗ ଅନୁସାରେ ତାଙ୍କ ଦୋକାନ ସଟର ତାଡି 23 ତାରିଖ ବିଳମ୍ବିତ ରାତିରେ ବିଭିନ୍ନ ଇମିଟେସନ ଗହଣା ଏବଂ ନଗଦ ଟଙ୍କା ଚୋରି ହେଇଥିବା ଅଭିଯୋଗ କରିଥିଲେ । ଗହଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ କୁ ଆଧାର କରି ଜଟଣୀ ପୋଲିସ ରେଳ ଷ୍ଟେସନ ଅଞ୍ଚଳରୁ ଅଭିଯୁକ୍ତ କୁ ଚିହ୍ନଟ କରି ଗିରଫ କରିଥିଲେ । ସମ୍ପୃକ୍ତ ଚୋର ପାଖରୁ ଇମିଟେସନ ଗହଣା ଏବଂ 7500 ଟଙ୍କା ଜବତ ହୋଇଛି । ଅଧିକ ପଚରା ଉଚୁରା ପରେ ପୂର୍ବରୁ ବାଲାଜୀ ସୋରୁମ ରୁ ମଧ୍ୟ ଚୋରି କରିଥିବା ସ୍ୱୀକାର କରିଥିଲା ।ପୋଲିସ ଏହି ଦୁଇଟି ଯାକ ଘଟଣାରେ 459/22, 465/22 ଦୁଇଟି ପୃଥକ ମାମଲା ରୁଜୁ କରି ଅଭିଯୁକ୍ତ ଡକାୟତ କୁ କୋର୍ଟ ଚାଲାଣ କରିଛି । ତେବେ ଜଟଣୀ ସହରରେ ଗଳି କନ୍ଦିରେ ବାହାର ରାଜ୍ୟର ବହୁ ଅଣଓଡ଼ିଆ ଡକାୟତ ରହୁଥିବାର ଦେଖିବାକୁ ମିଳୁଛି । ଏପରିକି ସେମାନଙ୍କ ମଧ୍ୟରୁ ଅନେକ ଅଣଓଡ଼ିଆ ଲୋକ ସହର ଭିତରେ ଥିବା ବସ୍ତି ଗୁଡିକରେ ଭଡାରେ ରହୁଛନ୍ତି । ପୋଲିସ ପାଖରେ ଜଟଣୀ ସହର ଭିତରେ ଭଡାରେ ରହୁଥିବା ଲୋକ ମାନଙ୍କ ବାବଦରେ କୌଣସି ସୂଚନା ନାହିଁ । ଯାହାକି ଲୁଟେରା ମାନଙ୍କୁ ସୁହାଉଛି । ଜଟଣୀ ପୋଲିସ ସେମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଉପରେ କଡା ନଜର ରଖିବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି  । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୧୨/୨୦୨୨----୧୧,୧୦ Sakhigopal News,28/12/2022

Blog Archive

Popular Posts