ସୂଚନା ମାଗିଲେ, ମିଳୁଛି ମନରେଗାୱେବ ସାଇଟ ନମ୍ବର୍ କିନ୍ତୁ ମିଳୁନି ତଥ୍ୟ; ଖଣ୍ଡପଡ଼ା ବ୍ଲକ
ନୟାଗଡ --- କୌଣସି ଦୁର୍ନୀତି ହେଉ କିମ୍ବା ସରକାରୀ ସ୍ତରରେ ଉପଲବ୍ଧ ହେଉନଥିବା ସାଧାରଣ ଭାବେ ତଥ୍ୟ କୁ ସୂଚନା ଅଧିକାର ନିୟମ ରେ ସମ୍ପୁକ୍ତ ବିଭାଗକୁ ମଗା ଗଲେ ମିଳୁଛି ୱବ ସାଇଟ୍ ଠିକଣା । ଖଣ୍ଡପଡ଼ା ବ୍ଲକରେ ଏହାକେତେ ଦୁରୁ କାର୍ଯ୍ୟକାରୀ କରାଯାଉଛି ତାହା ଏବେ ଲୋକଲୋଚନକୁ ଆସିଛି । ବ୍ଲକ ପକ୍ଷରୁ ଦିଆଯାଇଥିବା ସୂଚନାରୁ ହିଁ ଜାଣି ପାରିବେ।ମଗାଯାଇଥିବା ସୂଚନା କୁ ବ୍ଳକ କତୃପକ୍ଷ ନ ଦେଇ ବିଭାଗର ୱେବ ସାଇଟି ଠିକଣା ଦିଆଯାଉଛି। ଏହି ନମ୍ବରରେ ଗୁଗୁଲୁ କୁ ଯାଇ ୱେବ ସାଇଟି ମାରିଲେ ସୂଚନା ମିଳି ପାରିବ ବୋଲି ବ୍ଲକର,ପି ଇଓ ଦେଇ ଥିବା ସୂଚନା ଚିଠି ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ ସାମ୍ବାଦିକ ତଥା ସୂଚନା ଅଧିକାର କର୍ମୀ ନିରଂଜନ ଦାସ ମନରେଗାରେ ବିଭିନ୍ନ ପଞ୍ଚାୟତ ଯଥା ବ୍ଲକର ସିଂହାପଡା, ଗାଡ଼ିଆସାହି,କିଆଝର, କୋସ୍କା, ଢୋଲମରା, ବଳଭଦ୍ର ପ୍ରସାଦ ଏବଂ ସିଧାମୂଳା ପଞ୍ଚାୟତ ରେ 2012ମସିହା ଠାରୁ2022ପର୍ଯ୍ୟନ୍ତ ଆଦର୍ଶ ଗୁହାଳ ପାଇଥିବା ହିତାଧିକାରୀଙ୍କ ଗ୍ରାମୱାରୀ ନାଁ , ଗୁହାଳ ରେ କେତେ ଟଙ୍କାମିଳିଛି, କେତେ ଟଙ୍କା ପାଇ ବାକୁ ବାକି ଅଛି,ବାକି ଥିବା ଟଙ୍କା ନମିଳିବାର କାରଣକଣ ଏହି ଭଳି ବିଭିନ୍ନ ତଥ୍ୟ ମାଗିଥିଲେ। କିନ୍ତୁ ତାଙ୍କୁ ଦିଆଯାଇଛି web ସାଇଟ ଠିକଣା।ସମ୍ପୂର୍ଣ୍ଣ ତଥ୍ୟ କଣ ଉଦେଶ୍ୟ ରଖି ଦିଆ ନ ଯାଇ ୱେବ ସାଇଟ ନମ୍ବର୍ ଦିଆଯାଇଛି, ଏହା କୁ ନେଇ ସାମ୍ବାଦିକ ତଥା ସୂଚନାଅଧିକାର କର୍ମୀ ନିରଂଜନ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି।ଯଦି ଠିକ ସୂଚନା ଦିଆ ନ ଯାଏ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇବେ ବୋଲି କହିଛନ୍ତି। ନୟାଗଡ଼ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୮/୧୨/୨୦୨୨----୯,୨୦ Sakhigopal News,18/12/2022