Breaking News

ସଡକ ନରାପତ୍ତା ସଚେତନତା କାର୍ଯ୍ୟକ୍ରମ



ଭଞ୍ଜନଗର--ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଶୀତ କାଳୀନ  ସ୍ବତନ୍ତ୍ର ଜାତୀୟ ସେବା ଶିବିର ଜ୍ୟାମପଲ୍ଲୀ ଗ୍ରାମ ଠାରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସଡକ ନିରାପତ୍ତା ସମ୍ପର୍କରେ ଉପସ୍ଥିତ ଥିବା ଛାତ୍ରୀ ଓ ଜାମପଲ୍ଲୀ ଗ୍ରାମର ବୁଦ୍ଧିଜୀବୀ ଯୁବକମାନଙ୍କୁ ସଚେନତା କରାଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଲୋକନାଥ ମହାନ୍ତି ଯୋଗଦେଇ ଦୁର୍ଘଟଣାରୁ ନିଜକୁ କିପରି ସୁରକ୍ଷିତ ରହି ପାରିବେ ତାହା ଉପରେ କହିଥିଲେ । ମଦ ପିଇ ଗାଡି ନଚଳାଇବା,ଦୁତଗତିରେ ଗାଡି ନ ଚଳାଇବା,ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେନତା କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏଡସ ନିୟନ୍ତ୍ରଣ ବୋର୍ଡର ନିଦ୍ଧେର୍ଶକ ହେମନ୍ତ ଦାଶ ଯୋଗଦେଇ ଏହାର ନିରାକାରଣ ଓ ସାମାଜିକ ସଦଭାବନା ବଜାୟ ରଖିବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କଲେଜର ଅଧ୍ୟକ୍ଷ ଜୟରାମ ସେନାପତି ଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସେବା ଯୋଜନା ଅଧିକାରୀଣି ଜୟଲକ୍ଷ୍ମୀ ରଥ  ଯୋଜନାର ଆଭିମୁଖ୍ୟ ଉପରେ ଆଲେଚନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରେମଚାନ୍ଦ ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ବିଭିନ୍ନ ସଡକ ନିରାପତ୍ତା ଉପରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।ଏହି ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରାୟଙ୍କ ଦ୍ବାରା ପୁରସ୍କାର ବିତରଣ
 କରାଯାଇଥିଲା । ଶେଷରେ ନାରୀସଶକ୍ତି କରଣ ସଂର୍ପକରେ ବକୃତା ପ୍ରତିଯୋଗିତା ହେଇଥିଲା। ଅଧ୍ୟାପିକା ଅଧ୍ୟାପକ ସୁବାସିନୀ ଦେବୀ,ଶେୟା ପ୍ରଧାନ,ଡଃଶୁଶାନ୍ତ ମଲ୍ଲିକ,ରଶ୍ମିତା ବେହେରା ସେଛାସେବୀନୀକୁପ୍ରେରଣା ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୨/୨୦୨୨---୮,୪୫ Sakhigopal News,30/12/2022

Blog Archive

Popular Posts