ଦେଶୀ ଓ ବିଦେଶୀ ମଦସହ ଦୁଇ ଗିରଫ
ଜଟଣୀ --ଜଟଣୀ ଥାନା ପୁଲିସ ବେଆଇନ ମଦବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଅନୁସାରେ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଥାନର ଦୁଇ ପେଟ୍ରୋଲିଙ୍ଗ ଟିମ ଚୋରା ମଦ ବିକ୍ରି ନେଇ ସହରର ବିଭିନ୍ନ ଅଂଚଳରେ ଚଢ଼ାଉ କରି ନିରାଶ ହୋଇଥିଲେ l ଶେଷରେ ଅତର୍କିତ ଚଢ଼ାଉ କରି ପୁଲିସ ଜଟଣୀ ଥାନା ଅନ୍ତର୍ଗତ କୁଦିଆରୀ ଗ୍ରାମ ହରିଜନ ସାହିର ରମେଶ କୁମାର ବେହେରା ଏବଂ ତରାବୋଇ ଗ୍ରାମ ପଥର ଚକଡା ସାହିର ସାଗର ସାହୁ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ l ତଲାସି ସମୟରେ ଅଭିଯୁକ୍ତଙ୍କ ଠାରୁ ପୁଲିସ ମୋଟ ୧୨ ଲିଟର ଦେଶୀ ମଦ ଓ ପାଖାପାଖି ୩0 ଲିଟର ବିଦେଶୀ ମଦ ଜବତ କରିଥିଲା l ଶେଷରେ ପୁଲିସ ସେମାନଙ୍କ ନାମରେ କେସ ନଂ 466/467/22ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଆଜିକାଲି ଜଟଣୀ ପୁଲିସ ନିଜର ବଡ଼ିମା ନେବାକୁ ଭାକୁର ଛାଡି କେରାଣ୍ଡି ଧରୁଛି l ଯଦି ଜଟଣୀ ପୌରାଞ୍ଚଳ କଥା କୁହାଯାଏ ତେବେ କୁଦିଆରୀ ବଜାର ମାଲଗୋଦାମ ଛକ, ଲୋକକଲୋନୀ ମାଣିଆ ଛକ, ଟ୍ରାଫିକ କଲୋନୀ ,ନୀଳାଚଳ ରନିଙ୍ଗ ରୁମ ପାଖ, ହାଟବଜାର, ବାଛରା ପାଟଣା, ମୁନିସିପାଲିଟି ଛକ, ହରିଭାଇନା ଛକ, ରାଜାବଜାର,ଏଭଳି ଅନେକ ଗଳିକନ୍ଦିରେ ଦେଶୀ ମଦଠାରୁ ଆରମ୍ଭ କରି ନକଲି ବିଦେଶୀ ମଦ, ଗଂଜେଇ, ଭାଙ୍ଗ ଏବଂ ଧଳା ଜହର ତାହା ସହ ଡେଣ୍ଡରାଇଟ ଗମ ବହୁଳ ମାତ୍ରାରେ ବିକ୍ରୀଚାଲିଛି l ଏହାର କୌଣସି କଟକଣା ନାହି l ସନ୍ଧ୍ୟା ହେଲେ କୁଦିଆରୀ ବଜାର, ରାଜା ବଜାର ଫକଡ଼ ବସ୍ତି, ହାଟବଜାର ଛକ, ବାଲିଚ୍ଛକ ମୁଣ୍ଡିଆ ସାହି ମାନଙ୍କରେ ନିଶାଡୀଙ୍କ ଉତ୍ପାତ ଦେଖିବାକୁ ମିଳେ l ସେଠିକାର ସ୍ଥାନୀୟ ଭଦ୍ର ବ୍ୟକ୍ତି ଏବଂ ମହିଳାମାନେ ରାସ୍ତାରେ ଯିବା ଆସିବାକୁ ଭୟ କରନ୍ତି l ବେଳ ପଡିଲେ ସ୍ଥାନୀୟ ପୁଲିସ ପ୍ରକୃତ ମାଲିକଙ୍କୁ ଛାଡି ସେମାନଙ୍କ ପାଖରେ କାମ କରୁଥିବା ନିରୀହ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଦିଏ l ଅନେକ ସମୟରେ ପେଟ୍ରୋଲିଙ୍ଗ ପିସିଆର ଗାଡି ସକାଳ ହେଲେ ମାଣିଆ ଛକ, ଦ୍ବିପହର ହେଲେ ରେଲୱେ ଖେଳପଡିଆ ପାଖ ବରଗଛ ଛାଇ, ଖୁଦୁପୁର ଛକ, ପ୍ରାଣନାଥ ବାଳକ ବିଦ୍ୟାଳୟ ପଛପାଖ ଗଛଛାଇ, ସନ୍ଧ୍ୟା ହେଲେ ରେଲୱେ ବିଜେବି ଇନଷ୍ଟିଚି଼୍ୟୁଟ ପଛ ଏଭଳି ଅନେକ ନିଛାଟିଆ ଏବଂ ଅନ୍ଧାରୀୟା ସ୍ଥାନ ଦେଖି ସେଥିରେ ଥିବା ବାବୁ ମାନେ ବିଶ୍ରାମ କରନ୍ତି l ଯଦି କୌଣସି ସ୍ଥାନରେ ହଠାତ କିଛି ଘଟଣା ଘଟେ ପିସିଆର କୁ ଫୋନ କଲେ ଫୋନ ଉଠାନ୍ତି ନାହିଁ l ଏଭଳି ଅନେକ ବ୍ୟତିକ୍ରମ ଦେଖିବାକୁ ମିଳେ l ପ୍ରକୃତରେ ପ୍ରଥମେ ପୌରାଞ୍ଚଳରେ ଥିବା ଆଗାମୀ ଭବିଷ୍ୟତ ଯୁବ ପିଢ଼ି ମାନଙ୍କୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ଅଞ୍ଚଳ ଚଢ଼ାଉ କରି ପ୍ରକୃତ ନିଶା ବେପାରୀ ମାଲିକ ଏବଂ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରୁ । ସାହିରେ ଶାନ୍ତି ପ୍ରତିଷ୍ଠା କରିବାରେ ସକ୍ଷମ ହେଲେ ପୁଲିସ ପ୍ରତି ଜନସାଧାରଣଙ୍କ ମନରେ ଥିବା ବିତୃଷ୍ଣା ଭାବ ଦୁରେଇ ଯିବ ବୋଲି ବୁଦ୍ଧିଜୀବୀଙ୍କ ମତ ପ୍ରକାଶ ପାଇଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୮/୧୨/୨୦୨୨----୮,୧୦ Sakhigopal News,28/12/2022