୨୬ ତାରିଖରୁ ଧାନ ମଣ୍ଡି ଖୋଲିବ;ମଣ୍ଡିରେ ଧାନ ବିକ୍ରୟ ପାଇଁ ଗଡିଲା ସଚେତନତା ରଥ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ସମସ୍ତ ଚାଷୀଭାଇଙ୍କ ଅବଗତି ନିମନ୍ତେ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଚଳିତ ଖରିଫ୨୦୨୨-୨୩ ବର୍ଷ ପାଇଁ ସମସ୍ତ ଧାନ ମଣ୍ଡିରେ ୨୬/୧୨ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ କରାଯିବ । ଏ ବର୍ଷ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ଗ୍ରେଡ-ଏ ପିଛା ୨୦୬୦ ଟଙ୍କା ରହିଥିବା ବେଳେ ଏଫ,ଏ. କ୍ୟୁ ମାନର ଧାନ କୁଇଣ୍ଟାଲ ପିଛା ୨୦୪୦ ଟଙ୍କା ରହିଥିବା ଜଣାପଡିଛି । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି , ସାକ୍ଷୀଗୋପାଳଙ୍କ ପକ୍ଷରୁ ଏକ ସଚେତନତା ରଥ ବାହାରିଛି । ଏହି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏଡିଏମ ପ୍ରଦୀପ ସାହୁ, ଉପଜିଲ୍ଲାପାଳଭବତରଣ ସାହୁ, ସି,ଏସ ,ଓ ଶୁଭୋଦ ହୋତା, ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ , ନିମାପଡା ନିୟନ୍ତ୍ରିତ ବଜାରର ସମ୍ପାଦକ ସନାତନ ବେହେରା, ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ହିସାବ ନିରୀକ୍ଷକ ଜଗତ ଜ୍ୟୋତି ସାହୁ , ନିମାପଡାର ଅଜୟ କୁମାର ନାୟକଙ୍କ ସହିତ ନୋଡାଲ ଅଫିସର ସୁରେନ୍ଦ୍ର କୁମାର ଦତ୍ତ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୩/୧୨/୨୦୨୨---୪,୩୦ Sakhigopal News, 23/12/2022